pakka

ଯୌତୁକ ଦାବୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ

bbehera

ନିମାପଡ଼ା : ଯୌତୁକ ଦାବୀରେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନିମାପଡ଼ା ଥାନା ଅନ୍ତର୍ଗତ ଶେଉଳଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ଶେଉଳଖାଲ ଗ୍ରାମର ଦିପ୍ତିରଞ୍ଜନ ବରାଳଙ୍କ ପତ୍ନୀ ତପସ୍ଵିନୀ ବିଶୋଇ । ସୂଚନାନୁଯାୟୀ, ତପସ୍ଵିନୀ ବିଶୋଇ(୨୬) ଶେଉଳଖାଲ ଗ୍ରାମର ଦିପ୍ତିରଞ୍ଜନ ବରାଳଙ୍କୁ ବିବାହ କରିଥିଲେ । ଅଧିକ ଯୌତୁକ ଦାବୀ କରି ତପସ୍ଵିନୀଙ୍କୁ ଶାଶୁ ଘର ଲୋକ ମାରିଦେଇଥିବା ତାଙ୍କ ବାପା ଛବିନ୍ଦ୍ର ବିଶୋଇ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଖବର ମିଳିଛି ।

jay balangir
Leave A Reply

Your email address will not be published.

14 − 6 =

error: Content is protected !!