pakka

ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

bbehera

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଗୋରେଖନାଥଙ୍କ ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୋରେଖନାଥଙ୍କ ସମ୍ମୁଖରେ ଥିବା ଦାନବାକ୍ସ ବା ହୁଣ୍ଡି ଭାଙ୍ଗି ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ଲୁଟି ନେଇଥିବାର ସିସିଟିଭି ଫୁଟେଜରୁ ଜଣା ଯାଇଛି । ହୁଣ୍ଡିରୁ ପ୍ରାୟ ୧୦ ରୁ ୧୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅନୁମାନ କରାଯାଇଛି । ଗୋରେଖନାଥଙ୍କ ପୀଠରେ ପୋଲିସ ଆଉଟପୋଷ୍ଟରେ କର୍ମଚାରୀ, ପୀଠର ରାତି ଜଗୁଆଳି ସହ ସିସିଟିଭି କ୍ୟାମେରା ଥିବା ସତ୍ୱେ ହୁଣ୍ଡିରୁ ଚୋରି ହେବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

one × 2 =