ଜାତୀୟ ଆଇନ ସେବା ଦିବସ ପାଳିତ

  • ଆଇନ ଆଖିରେ ସମସ୍ତେ ସମାନ, ଉଚିତ ଆଇନ ମିଳିବା ଉଚିତଊ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି କୋର୍ଟ ପରିସରେ ଜାତୀୟ ଆଇନ ସେବା ଦିବସ ଗୁରୁବାର ଅପରାହ୍ନରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଲୁକ ଆଇନ ସେବା କମିଟିର ଚ୍ୟାରମେନ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଛି । ଏହି ଦିବସ ପାଳନ ଅବସରେ ସ୍ଥାନୀୟ ସବ୍‌ ଜଜ ପରିତୋଷ ସେଠି ଅତିଥି ଭାବେ ମଂଚାସୀନ ଥିଲେ । ଏହି ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା ଜାତୀୟ ଆଇନ ସେବା କମିଟି ଗଠନ କରିବାର ମହତ୍ୱ କହିଥିଲେ । ଏପରିକି ଏହି କମିଟି ଗଠନ ହେବା ଦ୍ୱାରା ଅନେକ ସାଧାରଣ, ନିରୀହମାନେ ତାଙ୍କ ନ୍ୟାୟ ପାଇ ପାରୁଛନ୍ତି । ତାଲୁକ ଆଇନ ସେବା କମିଟି ମାଧ୍ୟମରେ ଅନେକ ବ୍ୟକ୍ତି ଉପକୃତ ହୋଇପାରୁଥିବା କହିଛନ୍ତି । ସେହିପରି ଆଇନଜୀବୀ ମନୋଜ କୁମାର ଦାଶ ତାଲୁକ ଆଇନ ସେବା କମିଟି ଜରିଆରେ ନିଯୁକ୍ତି ହୋଇଥିବା ପେନାଲ ଏଡ୍‌ଭୋକେଟ ଏବଂ ପାରାଲିଗାଲ ଭୋଲେଟିଂୟରମାନଙ୍କ ଭୂମିକା ଏବଂ ଦାୟିତ୍ୱ ଉପରେ ଏକ ସଚେତନତା ଶିବିର ମାଧ୍ୟମରେ ତାଲିମ ଦିଆଗଲେ ଅନେକ ଉପକୃତ ହୋଇପାରିବେ ବୋଲି କହିଥିଲେ । ସବ୍‌ ଜଜ୍‌ ଶ୍ରୀ ସେଠି ମଧ୍ୟ ବିଭିନ୍ନ ଆଇନ ଉପରେ କହିଥିବା ବେଳେ ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀ ମଲ୍ଲିକ ଆଇନ ଆଖିରେ ସମସ୍ତେ ସମାନ, ଉଚିତ ଆଇନ ମିଳିବା ଉଚିତ ବୋଲି କହିଥିଲେ । ଏହି ଜାତୀୟ ଆଇନ ଦିବସ ପାଳନ ଅବସରରେ ଓକିଲ ସଂଘର ସମସ୍ତ କର୍ମଚାରୀ, ପେନାଲ ଏଡ୍‌ଭୋକେଟ, ପାରାଲିଗାଲ ଭୋଲେଟିଂୟର ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − 14 =