pakka

ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସର ବାର୍ଷିକ ବୈଠକ

bbehera

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ କାର୍ଯ୍ୟକାରୀ କମିଟିର ବାର୍ଷିକ ବୈଠକ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ସମସ୍ତ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡକ୍ରସ ୟୁନିଟ୍‌ ଖୋଲିବା ସହ ସମାଜର ବିଭିନ୍ନ ବର୍ଗର ଲୋକେ କିପରି ରେଡକ୍ରସର ଉପାଦେୟତା ପାଇପାରିବେ ସେ ଦିଗରେ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ସାଧନକର୍ମୀ ଏବଂ ପରାମର୍ଶଦାତାମାନଙ୍କୁ ଆହ୍ଵାନ କରିଛନ୍ତି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଂପାଦକ ଡା. ରାଧାକାନ୍ତ ଗଡତିଆ, ଏଡିଇଓ ମଂଜୁଳତା ଭୋଇ, ବୀରମାହାରାଜପୁର ବିଇଓ ସାନ୍ତାନୁ କୁମ୍ଭକାର, ଭାଇସଚେୟାର ପାର୍ସନ ଗତିକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ଚଳିତ ଶିକ୍ଷାବର୍ଷରେ ହାତକୁ ନେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା ଓ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭୋଇ ଏହାକୁ ଅନୁମୋଦନ କରିଥିଲେ । ବ୍ଲକସ୍ତରୀୟ ସଚେତନତା ଶିବିର ଏବଂ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ତାଲିମ କାର୍ଯ୍ୟକ୍ରମକୁ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରାରମ୍ଭରେ ସମ୍ପନ୍ନ କରିବାକୁ କମିଟିର ସମସ୍ତ ସଦସ୍ୟ ତଥା ଅଂଶୀଦାର ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାଧନକର୍ମ ଚନ୍ଦ୍ରମଣି ବାଘ ସଭା ସଂଯୋଜନା କରିଥିଲେ । ସାଧନକର୍ମୀ ହୃଷିକେଶ ଡାଙ୍ଗ ୨୦୨୨-୨୩ ବର୍ଷର ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମରେ ସାଧନକର୍ମୀ ବଳରାମ ପୁରୋହିତ, ଶେଷଦେବ ଛତ୍ର, ଆଶିଷ ନଏକ, ଚନ୍ଦ୍ର ଶେଖର ମହାପାତ୍ର, ତପସ୍ୱିନୀ ଦାଶ, ବିସିସି ନିମାଇ ମଲ୍ଲୀକ, ପବିତ୍ର ବାରିକ, ବୈକୁଣ୍ଠ ନାୟକ, ଗୋପେଶ ପଣ୍ଡା, ପ୍ରହଲ୍ଲାଦ ନାୟକ, ବିଜୟ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ କାଳିଆ କର୍ମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୂଚାରୁବାଳା ଦେବୀ, କାଉନସିଲର ହୃଷିକେଶ ଚାନ୍ଦ, ପରାମର୍ଶଦାତ୍ରୀ ପ୍ରଜ୍ଞା ପରିମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ସାଧନକର୍ମୀ ତଥା ଆରଡିଓ ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

1 × five =