csstore

୫ଟି ଯୋଜନାରେ ସାମିଲ ହେଲା ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଲୁବେନଗଡ ପଞ୍ଚାୟତର ଲୁବେନଗଡ଼ ସେବାଶ୍ରମ ଓ ମୋହନଗିରି ଗ୍ରାମ ପଞ୍ଚାୟତର ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ଟି ଚତୁର୍ଥ ପର୍ଯ୍ୟାୟରେ ସାମିଲ୍ ହୋଇଛି । ଏନେଇ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଡ଼ିଓ ବିନୟ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଏଇଇ ବଲ୍ ବିନ୍ଦର ସିଂ ଯାଦବ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ ଉଭୟ ବିଦ୍ୟାଳୟ ପରିଦର୍ଶନ କରି ଖୁବ୍ କମ୍ ଦିନ ଭିତରେ ଦୁଇଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି କହିଥିଲେ । ଲୁବେନଗଡଠାରେ ସ୍ଥାନୀୟ ସରପଞ୍ଚ ରମା ମାଝୀ, ସମିତି ସଭ୍ୟ ସାବତ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ବୃନ୍ଦ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସେବାଶ୍ରମ ବିଦ୍ୟାଳୟର ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟରେ ପାନୀୟ ଜଳ ଓ ଶୌଚାଳୟର ବନ୍ଦୋବସ୍ତ ନିତାନ୍ତ ଆବଶ୍ୟକ ବୋଲି ଗ୍ରାମବାସୀ ମତ ଦେଇଥିଲେ । ଏ ଦିଗରେ ଖୁବ୍ କମ୍ ଦିନ ଭିତରେ ନିଶ୍ଚିତ ସମାଧାନ କରାଯିବ ବୋଲି କହିଥିଲେ । ଏଥିସହିତ ମଦନପୁର ସେବାଶ୍ରମ ବିଦ୍ୟାଳୟକୁ ମଧ୍ୟ ୫ଟି ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.