ସିଆଲବାହାଲି – ମାଗୁରବେଡା ରାସ୍ତା ଶୋଚନୀୟ

ଚୁଡାପାଲି, (ଦେବରାଜ ନାହାକ) : ରାଜ୍ୟ ରାଜପଥ ୪୨ରୁ ହର୍ଡାଟାଲର ଗେଡାବାଞ୍ଜି ଛକ ଠାରୁ ସିଆଲବାହାଲି, ମାଗୁରବେଡା, ୭ କି.ମି. ପର୍ଯ୍ୟନ୍ତ ରାସ୍ତାରୁ ପିଚୁ ସଂପୂର୍ଣ୍ଣ ଉଠି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ଗଲାଣି । ବଲାଙ୍ଗିର ସଦର ବ୍ଲକ ଏବଂ ଲୋଇସିଂହା ବ୍ଲକକୁ ଏହି ରାସ୍ତା ସଂଯୋଗ କରୁଛି । ସଦର ବ୍ଲକର ସିଆଲବାହାଲି, କୁଟୁମ୍ବଡୋଳା, ଚନ୍ଦନଭାଟି ଏବଂ ଲୋଇସିଂହା ବ୍ଲକର ବ୍ରାହ୍ମଣୀଡୁଙ୍ଗୁରୀ, ମାଗୁରବେଡା, ପରଧିଆପାଲିକୁ ଏହି ରାସ୍ତା ସଂଯୋଗ କରୁଛି । ଫଳରେ ଦୁଇ ବ୍ଲକର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ । ପିଚୁ ରାସ୍ତା ନାମକୁ ମାତ୍ର ରହିଛି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ପିଚୁ ସାଙ୍ଗକୁ ଗେଟି ପଥର ମଧ୍ୟ ଉଠିଗଲାଣି । ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ସାଂଘାତିକ । ବିରାଟ ଖାଲ ସବୁ ମଧ୍ୟରେ ପାଣି ଜମି ଯାଇଥିବାରୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବଡ କଥା ହେଲା, ମାଗୁରବେଡା ଠାରେ ଏକ ପୁଲିସ ଫାଣ୍ଡି ଥିବାବେଳେ ଏଠି ଲୋୟର ସୁକତେଲ ପ୍ରକଳ୍ପ କାମ ·ଲୁଛି । ଫଳରେ ଶହ ଶହ ଗାଡି ମଟରର ଯାତାୟତ ଲାଗି ରହୁଛି । ଏସବୁ ସ୍ୱତ୍ତେ ମଧ୍ୟ ରାସ୍ତାର ମରାମତି ବା ଉନ୍ନତିକରଣ ପାଇଁ ସଂପୃକ୍ତ ବିଭାଗର ନଜର ନାହିଁ । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.