csstore

ଆଗଲପୁରଠାରେ ବିଙ୍ଗ ହ୍ୟୁମାନ ର ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଦେଶରେ ଏବେ ଲକଡାଉନ ଚାଲିଛି । ଲୋକେ ଏହି ମହାମାରୀ ସମୟରେ ରକ୍ତଭଣ୍ଡାରକୁ ସାଧାରଣରେ ଆସି ରକ୍ତଦାନ କରି ପାରୁ ନଥିବା ବେଳେ, ବଲାଙ୍ଗିର ରକ୍ତଭଣ୍ଡାରରେ ପୁଣି ରକ୍ତାଭାବ ଦେଖାଦେଇଦେଇଛି । ବହୁ ରୋଗୀ ସହ ଗର୍ଭବତୀ, ଦୁର୍ଘଟଣାଗ୍ରସ୍ତ ଓ ଥାଲାସେମିଆ ରୋଗୀ ମଧ୍ୟ ରକ୍ତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଅନୁଭବ କରି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(କ)ର ପଞ୍ଚାୟତ କାର୍ୟ୍ୟାଳୟଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିବା ଅନୁଷ୍ଠାନ କହିଛି । ଅନୁଷ୍ଠାନର ସକ୍ରିୟ ସଦସ୍ୟ ତଥା ସମାଜସେବୀ ମାଧବଚନ୍ଦ୍ର ନାଏକ, ନଗାଁ ସରପଞ୍ଚ ଆନନ୍ଦ ବିଶି, ସଂଜୀବ ସାହୁଙ୍କ ଉଦ୍ୟମକ୍ରମେ ଏହି ଆୟୋଜନ ହୋଇଥିଲା । ରକ୍ତଦାନ ଶିବିରରେ ଯୁବକ, ଶିକ୍ଷାବିତ, ଛାତ୍ରଛାତ୍ରୀ, ମହିଳାମାନେ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ଏହି ଶିବିରରେ କୋଭିଡି ନିୟମ ମାନି ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ ବିଙ୍ଗ ହ୍ୟୁମାନ ଆଗଲପୁର ଶାଖାର ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ ସାହୁ, ଲୋଇସିଂହା ସଭାପତି ଅଜୟ ବେହେରା, ମୁକେଶ ସାହୁ ସଂଯୋଜନା କରିଥିବା ବେଳେ ବିଶ୍ୱନାଥ ସାହୁ, ସୁଶାନ୍ତ ସାହୁ, ସରୋଜ ମହାକୁର, ଘନଶ୍ୟାମ ମେହେର, ଅକ୍ଷୟ ସାହାଣୀ, ରଞ୍ଜନ ସରାଫ, ମିକୁ ମେହେର, ନିରଞ୍ଜନ ବାରିକ, ନିରୋଜ ବାରିକ ଆଦି ସଦସ୍ୟ ରକ୍ତଦାନ କରିଥିଲେ । ତେବେ ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରଦତ୍ତ ରାଜ୍ୟ ସରକାର ଏକମାତ୍ର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଏବେ ଖରାପ ହୋଇ ପଡିରହି ଥିବାବେଳେ ଏହାପ୍ରତି କେହି ଧ୍ୟାନ ଦେଉନ ଥିବା ଅତ୍ୟନ୍ତ ଦୁଃଖର ବିଷୟ । ଫଳରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଛା ଓ ଆବଶ୍ୟକତା ଥିବା ସତ୍ୱେ ରକ୍ତଦାନ ଶିବିର ଆୟୋଜନ କରିପାରୁ ନାହାନ୍ତି । ତେଣୁ ଏହି ଯାନକୁ ଖୁବଶୀଘ୍ର କାର୍ୟ୍ୟକାରୀ କରିବାକୁ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ବିବେକ ପଟେଲ ଦାବି କରିଛନ୍ତି ।

jayashree
Leave A Reply

Your email address will not be published.