ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ : ଜଣାଶୁଣା ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀ(୮୫)ଙ୍କ ପରଲୋକ ହୋଇଯାଇଛି । ୨୦୧୨ରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବା ସୌମିତ୍ର ଚାଟାର୍ଜୀଙ୍କୁ ଲାଇଫ ସପୋଟ ସିଷ୍ଟମରେ ରଖା ଯାଇଥିଲା । ଗତ କିଛି ଦିନରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ କଲିକତାର ଏକ ଘରୋଇ ହସିପଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ୧୯୩୫ରେ ସେ କୋଲକାତାରେ ଜନ୍ମ ହୋଇଥିଲେ । ତାଙ୍କ ପରଲୋକରେ ସମସ୍ତ ଫ୍ୟାନ ଏବଂ ସେଲିବ୍ରିଟିଙ୍କୁ ବଡ ଝଟକା ଲାଗିଛି।

ସେ ୬ ଦଶନ୍ଧି ଧରି ୩୦୦ରୁ ଉର୍ଦ୍ଧ୍ବ ଫିଲ୍ମରେ କାମ କରିଛନ୍ତି । ୧୯୯୧ରେ ‘ଅନ୍ତର୍ଧାନ’, ୨୦୦୦ରେ ‘ଦେଖା’ ଓ ୨୦୦୭ରେ ପୋଡୋଖେପ୍‌ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି । ଡାକ୍ତର ଅନେକ ଚେଷ୍ଟା କରିବା ପରେ ତାଙ୍କୁ ବଞ୍ଚାଇପାରିନଥିଲେ।

Leave A Reply

Your email address will not be published.