ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଂପୃକ୍ତ ବ୍ଲକ୍‌ର ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗାଁର ଗ୍ରାମବାସୀମାନେ ରାସ୍ତା ମରାମତି ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଗାଁରୁ ବୁଢ଼ାବାହାଲ ଗ୍ରା.ପ.କୁ ଯାଇଥିବା ମୁଖ୍ୟ ରାସ୍ତାଟି ଆଜକୁ ପ୍ରାୟ ଅନେକ ବର୍ଷ ହେଲା ଶୋଚନୀୟ ଭାବରେ ପଡ଼ି ରହିଛି । ଯିବା ଆସିବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମାବସୀ । ତେବେ ବର୍ଷା ଦିନରେ ଏହି ରାସ୍ତା ମରଣଯନ୍ତା ପାଟଲିଯାଏ ।

ତେବେ ପୂର୍ବରୁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ଗୁହାରୀ କରି କରି ଗାଁବାସୀ ନୟାନ୍ତ ହୋଇ ସାରିଥିଲେ ମଧ୍ୟ ତାଙ୍କ ଗୁହାରୀ ଶୁଣି ନାହାନ୍ତି । ତେବେ ବର୍ତ୍ତମାନର ଯୁବ ଜିଲ୍ଲାପାଳ ଗ୍ରାମବାସୀଙ୍କ ଗୁହାରୀ ଶୁଣିବେ ବୋଲି ସେମାନେ ବିଶ୍ୱାସ ରଖିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.