ଅଚଳ ହୋଇ ପଡିରହିଛି ନଳକୂପ : ପାଣି ପାଇଁ ଜନସାଧାରଣ ଅସୁବିଧା ଭୋଗୁଛନ୍ତି

ଆଗଲପୁର (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ ପଞ୍ଚାୟତର କଣ୍ଠିପାଲି ଗ୍ରାମରେ ଦୀର୍ଘ ଏକ ମାସ ହେବ ନଳକୂପ ଅଚଳ ହୋଇ ପଡି ରହିଥିବାରୁ ଗୋଟିଏ ପଡ଼ାର ଜନସାଧାରଣ ପାଣି ଟିକିଏ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ମଚାରୀମାନଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ପଡ଼ାର ଲୋକମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । ସରକାରୀ କର୍ମଚାରୀମାନଙ୍କ ଅବହେଳା ପାଇଁ ଅନେକ ଗ୍ରାମରେ ପାଣି ଟିକେ ପାଇବାରୁ ବଞ୍ଚିତ ହେଉଛନ୍ତି । କଣ୍ଠିପାଲି ଗ୍ରାମର ଶିକ୍ଷିତ ଯୁବକ ସୁଶୀଲ କୁମାର ସ୍ୱାଇଁ ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ପର୍ୟ୍ୟନ୍ତ ସମସ୍ତଙ୍କୁ ଜଣାଇ ସାରିଛନ୍ତି, ହେଲେ ନଳକୂପ ମରାମତି କରୁନାହାନ୍ତି । ଆଗକୁ ଜନସାଧାରଣ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏ ବିଷୟରେ ଆଗଲପୁର ବ୍ଲକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଫୋନ ଯୋଗେ ପଚାରିବାରୁ ମତେ ଫୋନ କରି ଜଣାଇଛନ୍ତି, ଦୁଇ ତିନି ଦିନ ମଧ୍ୟରେ ନଳକୂପକୁ ମରାମତି କରାଯିବ କହିଥିଲେ । ଦେଖିବାକୁ ବାକିରହିଲା, କେବେ ଲୋକ ମାନଙ୍କ ଅସୁବିଧାକୁ ଦୁର କରାଯାଇ ପାରୁଛି ।

Leave A Reply

Your email address will not be published.