ଲଦ୍ଦାଖରେ ଚୀନ୍‌କୁ ଝଟ୍‌କା : ଭୀଷଣ ଥଣ୍ଡାରେ ଚୀନ୍‌ ସୈନିକମାନଙ୍କ ମୃତ୍ୟୁ

ପେଇଚିଂ : ପୂର୍ବ ଲଦ୍ଦାଖରେ ଭୀଷଣ ଥଣ୍ଡା ଏବେ ଆରମ୍ଭ ହୋଇନି । କିନ୍ତୁ ଏବେଠାରୁ ଚୀନ୍‌ ସୈନିକମାନଙ୍କୁ ଝଟ୍‌କା ଲାଗିବାର ଆରମ୍ଭ ହେଲାଣି । ପେଙ୍ଗୋଗ ସାଗରର ଉତ୍ତରୀ କୂଳରେ ଚୀନ ସେନା ପିଏଲ୍‌ଏକୁ ଜନହାନୀ କ୍ଷତି ସହିବାକୁ ପଡ଼ିଛି । ଗତ ସପ୍ତାହରେ ଜଣେ ଚୀନ୍‌ ସେନାକୁ ବାହାର କରାଯାଉଥିବା ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ, ଏହି ଅଂଚଳରେ ରାତି ସମୟରେ ବର୍ତ୍ତମାନଠାରୁ ଭୀଷଣ ଥଣ୍ଡା ପଡ଼ୁଛି । ଚୀନ୍‌ ସେନା ଥଣ୍ଡାକୁ ସମ୍ଭାଳି ପାରୁନାହାନ୍ତି । ଏହାଦ୍ୱାରା ହତାହତ ସଂଖ୍ୟା ବଢ଼ିବାରେ ଲାଗିଛି । ପେଙ୍ଗୋଗ ସାଗର ସଂଲଗ୍ନ ୧୫ ହଜାରରୁ ୧୬ ହଜାର ଫୁଟ୍‌ ଉପରେ ୫ ହଜାର ସୈନିକ ରହିଥିବା ବେଳେ ଚୀନ୍‌ ପକ୍ଷରୁ ପୂର୍ବରୁ ଦାବୀ କରାଯାଇଥିଲା ଯେ, ସେଠାରେ ଥଣ୍ଡାକୁ ସମ୍ଭାଳିବା ପାଇଁ ଅତ୍ୟାଧୁନିକ ବେରେକ୍‌ ନିର୍ମାଣ କରାଯାଇଛି, ଯାହାଫଳରେ ପରିବେଶ ଗରମ ରହିବ । କିନ୍ତୁ ସବୁ ଫସର ଫାଟିଛି । ଚୀନ୍‌ ସେନକୁ ଲାଗିଛି ପ୍ରଚଣ୍ଡ ଝଟ୍‌କା ।

Leave A Reply

Your email address will not be published.