ମାର୍କେଟ କଂପ୍ଲେକ୍ସରେ ନିଆଁ : କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ରାଇରଙ୍ଗପୁର : ନିଆଁ ଲାଗିଲା ରାଇରଙ୍ଗପୁର ସହରର ଗୋଲାଇ ଛକ ପାଖରେ ଥିବା ଫ୍ରେଣ୍ଡସ୍‌ କର୍ଣ୍ଣର ଦୋକାନ ଗୁଡିକରେ ଏବଂ ଗୋଦାମ ଘରରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପିତ୍ତି ଜଳି ଯାଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ସାତୋଟି ଗାଡି ପହଂଚି ଥିବା ବେଳେ ଘଟଣା ସ୍ଥଳରେ ମୟୁରଭଂଜ ଏସ୍‌ପି, ରାଇରଙ୍ଗପୁର ଏସ୍‌ଡିପିଓ, ଉପଜିଲ୍ଳାପାଳ ଏବଂ ପୋଲିସ୍‌ ଫୋର୍ସ ଉପସ୍ଥିତ ଥିଲେ । ତେବେ ନିଆଁ କେମିତି ଲାଗିଲା କାରଣ ଜଣା ପଡିନାହିଁ ।

Leave A Reply

Your email address will not be published.