ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ ଓ ୨ ଗରୁତ

ମାଲକାନଗିରି : ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କଚେଲି ଗ୍ରାମର । ସୂଚନା ଅନୁସାରେ ବିଷାକ୍ତ ଖାଦ୍ୟ ଖାଇ ଆଜି ୨ ଜଣ ଭଉଣୀ ଓ ଜଣେ ଭାଇର ମୃତ ହୋଇଥିବା ବେଳେ ଗୁରୁତର ମାଆ ଓ ଝିଅଙ୍କୁ ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାର ତଥ୍ୟ ସଂଗ୍ରହ ପାଇଁ ଡାକ୍ତରୀ ଟିମ୍‌ ପଚରା ଉଚରା କରୁଛି ବୋଲି ଖବର ମିଲିଛି ।

Leave A Reply

Your email address will not be published.