ତେଲନଦୀକୁ ଡେଇଁ ଦୁଇ ଯୁବତୀଙ୍କ ଆତ୍ମହତ୍ୟା ସଂଦେହ : ବ୍ରିଜ୍‌ ଉପରେ ରଖାହୋଇଛି ସ୍କୁଟି ଓ ଦୁଇ ହଳ ଲେଡିଜ୍‌ ଚପଲ

ତୁଷୁରା, (ଅଜିତ କୁମାର ସାହୁ) : ସ୍ଥାନୀୟ ତେଲନଦୀ ବ୍ରିଜ୍‌ ଉପରୁ ଆଜି ମଧ୍ୟାହ୍ନରେ ନଈ ଗର୍ଭକୁ ଡେଇଁ ଦୁଇ ଜଣ ଯୁବତୀ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ବ୍ରିଜ୍‌ ଉପରେ ରଖାହୋଇଛି ସ୍କୁଟି ଓ ଦୁଇ ହଳ ଲେଡିଜ୍‌ ଚପଲ । ଏହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ତେବେ ବ୍ରିଜ୍‌ ଉପରେ ଠିଆ ହୋଇଥିବା ସ୍କୁଟିର ନଂ.ଓଡି୦୮ଜି ୧୪୨୦ ହୋଇଥିବା ବେଳେ ଗୁଗୁଲ୍‌ ସର୍ଚ୍ଚରୁ ଏହି ସ୍କୁଟିଟି ରାମୋତର ଅଗ୍ରୱାଲ୍‌ଙ୍କ ନାମରେ ରହିଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ଅନୁସାରେ ଦୁଇଜଣ ଯୁବତୀ ଗୁଡ଼ଭେଲା ଆଡ଼ୁ ଆସି ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖି ତେଲ ନଦୀ ଭିତରକୁ ଲମ୍ଫ ମାରିଛନ୍ତି । ତୁଷୁରା ଫାୟାର୍‌ ଷ୍ଟେସନ୍‌ ଷ୍ଟାଫ୍‌ ତଥା ତୁଷୁରା ପୋଲିସ ଏବେ ଘଟଣା ସ୍ଥଳରେ ପହଂଚି ଅନୁସଂଧାନ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଅନୁସଂଧାନ ପରେ ଘଟଣାର ସଂପୂର୍ଣ୍ଣ ବିବରଣୀ ମିଳିପାରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.