ସହାୟତାର ହାତ ବଢାଇଲା ସ୍ମାଇଲ୍‌ ଫର୍‌ ଅଲ୍‌ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ନ୍ତଗତ ମୁରସିଙ୍ଗ ପଚାଂୟତର ବହଲି ଗାଁର ଗୁଞ୍ଜ ମାଝୀ ପରିବାର କହିଲେ ସେ ଓ ତାଙ୍କ ସ୍ତ୍ରୀ । ସେ କିଛି କାମ କଲେ ମୁଠାଏ ଖାଇବାକୁ ମିଳେ । କିନ୍ତୁ ବର୍ତ୍ତମାନ ବୁଢା ବୟସରେ ତାଙ୍କ ପାଇଁ କାମ କରିବା ବହୁ କଷ୍ଟସାଧ୍ୟ । ଭଲଭାବେ ମୁଠେ ଖାଇବା ପାଇଁ ମଧ୍ୟ ମିଳୁନାହିଁ । ତାଙ୍କ ସ୍ତ୍ରୀଙ୍କର ବି ଗୋଡ ହାତ ଚଳୁନାହିଁ । ଡାକ୍ତରଖାନାକୁ ନେବା ପାଇଁ ଗୁଞ୍ଜଙ୍କ ପାଖରେ ଅର୍ଥ ନାହିଁ । ଏହି ଖବର ପାଇ ବଲାଙ୍ଗିର ଜିଲ୍ଲାର ସଦାବେଳେ ଅସହାୟଙ୍କ ମୁହଁରେ ହସ ଫୁଟାଉଥିବା ସ୍ମାଇଲ୍‌ ଫର୍‌ ଅଲ୍‌ ସଂଗଠନ ତରଫରୁ ଗୋଟିଏ ମାସର ରାସନ ସାମାଗ୍ରୀ ପ୍ରଦାନ କରଛନ୍ତି ଗୁଂଜଙ୍କ ପରିବାରକୁ । ଗୁଜଂ ଓ ତାଙ୍କ ସ୍ତ୍ରୀଙ୍କୁ କଥା ଦେଇଛନ୍ତି ଯେ, ଆମ ସଗଂଠନ ଆପଣଙ୍କ ସହ ସବୁ ସମୟରେ ଛିଡା ହେବ । ସ୍ମାଇଲ୍‌ ଫର୍‌ ଅଲ୍‌ର ସଭାପତି ମନୋଜ ଚିନ୍ଦା, ସମ୍ପାଦକ ସଂଜୀବ କୁମାର ସାହୁ, ଅରୁଣ ସିଂ ବାବୁ, କାହ୍ନା ଉପାଧ୍ୟାୟ, ସତ୍ୟ ସାହାଣୀ, ରିଶବ କେଶ୍ୱାନି, କମ୍ଭୁ ନାଗ ଏବଂ ଶଶାଙ୍କ ମଟାରି ପ୍ରମୁଖ ସହଯୋଗ ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.