ଆମ୍ବୁଲାନ୍ସ କିଣିବା ପାଇଁ ଅର୍ଥ ମଞ୍ଜୁର କଲେ କଣ୍ଟାମାଳ ବିଧାୟକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ରୋଗୀମାନଙ୍କୁ ବିଭିନ୍ନ ସମୟରେ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର ସମୟରେ ସ୍ବତନ୍ତ୍ର ସୁବିଧା ନଥିବାରୁ କଷ୍ଟ ସହ୍ୟ କରିବାକୁ ପଡୁଥିଲା । ଏହାକୁ ଉପଲବଧି କରି ଜନସାଧାରଣଙ୍କ ସୁବିଧା ସକାଶେ କଣ୍ଟାମାଳ ବିଧାୟକ ମହୀଧର ରଣା ବୌଦ୍ଧ କୋଭିଡ୍ ହସପିଟାଲ ନିମନ୍ତେ ଭେଣ୍ଟିଲେଟର ସୁବିଧା ଥିବା ଗୋଟିଏ ଆମ୍ବୁଲାନସ ଯୋଗାଇ ଦେବା ପାଇଁ ନିଜ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି କ୍ଷ ଏ ସମ୍ପର୍କରେ ଶ୍ରୀରଣା ବୁଧବାର ପତ୍ର ମାଧ୍ୟମରେ ବୌଦ୍ଧ ଜିଲାପାଳଙ୍କୁ ଅବଗତ କରାଇଥିବା ଜଣାପଡିଛି ।

Leave A Reply

Your email address will not be published.