jayashree

ସମ୍ବଲପୁରରେ ଉଦ୍ୟମିତା ସଚେତନତା ଓ ସ୍ୱତନ୍ତ୍ର ବିକ୍ରେତା ବିକାଶ କାର୍ଯ୍ୟକ୍ରମ ସଫଳ

  • ସମ୍ବଲପୁର, ୪ ନଭେମ୍ବର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ୟମିତା ସଚେତନତା ଓ ସ୍ୱତନ୍ତ୍ର ବିକ୍ରେତା ବିକାଶ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ଏସ୍‌ସି-ଏସ୍‌ଟି ହବ୍ ଓ ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଫର୍ ଏସ୍‌ସି, ଏସ୍‌ଟି ଆଣ୍ଡ୍ ୱିମେନ୍ ଏଣ୍ଟରପ୍ରିନ୍ୟୋର୍ସ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ୱ ଏସ୍‌ସି, ଏସ୍‌ଟି ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଓ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଆଗ୍ରହୀ ଯୁବକ-ଯୁବତୀ ଯୋଗ ଦେଇଥିଲେ । ଏହା ସହ ବିଭିନ୍ନ ପିଏସ୍‌ୟୁ, ସରକାରୀ ବିଭାଗ, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ICCSWEର ଜାତୀୟ ମହାସଚିବ ଶ୍ରୀମତୀ ହେମା ଏକ୍କା ସ୍ୱାଗତ ଭାଷଣ ଦେଇ ଏସ୍‌ସି, ଏସ୍‌ଟି, ମହିଳା ଓ ଯୁବପିଢ଼ିଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବୀ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଜାତୀୟ ଏସ୍‌ସି-ଏସ୍‌ଟି ହବ୍, ଭୁବନେଶ୍ୱରର ଉପମହାପ୍ରବନ୍ଧକ ଏସ୍‌.କେ. ସାହା କାର୍ଯ୍ୟକ୍ରମ ପରିଚାଳନା କରି ହବ୍‌ର ଯୋଜନା ଓ ସୁଯୋଗ ବିଷୟରେ ସୂଚନା ଦେଇଥିଲେ । ବୈଷୟିକ ଅଧିବେଶନରେ ଜାତୀୟ ଏସ୍‌ସି-ଏସ୍‌ଟି ହବ୍ ଯୋଜନା, GeM ପୋର୍ଟାଲ, ପିଏସ୍‌ୟୁ ବିକ୍ରେତା ବିକାଶ, ରାଜ୍ୟ ସରକାରଙ୍କ ଯୋଜନା, ଆର୍ଥିକ ସାକ୍ଷରତା, ବ୍ୟାଙ୍କ ଋଣ ସୁବିଧା ଓ ଦକ୍ଷତା ବିକାଶ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । MCL, FCI, NTPC ତାଳଚେର, ଶିଳ୍ପ ବିଭାଗ, ଜିଲ୍ଲା ଶିଳ୍ପ କେନ୍ଦ୍ର, SBI ଓ ସରକାରୀ ITI ହୀରାକୁଦର ପ୍ରତିନିଧିମାନେ ନିଜ ନିଜ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ପ୍ରଶ୍ନୋତ୍ତର ଓ ମୁକ୍ତ ଆଲୋଚନାରେ ଉଦ୍ୟୋଗୀମାନେ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସନ୍ଦେହ ଦୂର କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଅନ୍-ଦି-ସ୍ପଟ୍ ଉଦ୍ୟମ ଓ GeM ପଞ୍ଜୀକରଣ ସୁବିଧା । ଶେଷରେ ସୁଜିତ କୁମାର ସାହା ଧନ୍ୟବାଦ ଅର୍ପଣ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ମଧ୍ୟ ପଞ୍ଜୀକରଣ କାର୍ଯ୍ୟ ଜାରି ରହିଥିଲା । ଏହି କାର୍ଯ୍ୟକ୍ରମ ଏସ୍‌ସି, ଏସ୍‌ଟି ଉଦ୍ୟୋଗୀ, ମହିଳା ଓ ଯୁବପିଢ଼ିଙ୍କୁ ଉଦ୍ୟମିତା ସହ ଯୋଡ଼ିବା ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଇଛି ।

Leave A Reply

Your email address will not be published.