ଶୀତ ଋତୁରେ କାକର ବିଂଦୁ ମାଧ୍ୟମରେ ଆହୁରି ତେଜିଆନ୍‌ ହେବ କରୋନା ସଂକ୍ରମଣ, ୬ ଫୁଟ୍‌ର ଦୂରତା ଅବଲମ୍ବନ ବି କାମରେ ଆସିବନି : ଗବେଷକ

ଲାସ୍‌ ଏଂଜେଲିସ : କରୋନା ଭାଇରସ୍‌ ସଂକ୍ରମଣ ସହ ଏହି ସମ୍ଭାବନାକୁ ମଧ୍ୟ ସ୍ୱୀକାର କରାଯାଇଥିଲା ଯେ, ଗ୍ରୀଷ୍ମର ପ୍ରକୋପରେ କରୋନା ଭାଇରସ୍‌ ସମାପ୍ତ ହୋଇଯିବ । କିନ୍ତୁ ଏଭଳି ହୋଇନାହିଁ । ବର୍ତ୍ତମାନ ବିଶ୍ୱର ପ୍ରାୟ ୧୧ ଲକ୍ଷ ମାନବ ଜୀବନ ନେଇ ସାରିଲାଣି କରୋନା । ଏହି ଭାଇରସ୍‌ ଏୟରୋସଲ ପାର୍ଟିକଲ୍ସ ମାଧ୍ୟମରେ ଗ୍ରୀଷ୍ମ ବେଳେ ସଂକ୍ରମିତ ହେଉଥିଲା । ଏବେ ସ୍ନାୟୁତନ୍ତ୍ରରୁ ବାହାରକୁ ଆସୁଥିବା ଛୋଟ ବିଂଦୁ ମାଧ୍ୟମରେ ଶୀତ ସମୟରେ ସଂକ୍ରମିତ ହୋଇପାରେ । ଏହି ବିଂଦୁର ସଂପର୍କରେ ଆସୁ ଆସୁ କରୋନା ଭାଇରସ୍‌ ଇନ୍‌ଫେକ୍ସନର ସମ୍ଭାବନା ବଢ଼ିଯିବାର ବିଶେଷ ଆଶଙ୍କା ରହିଥିବା ଏକ ତାଜା ରିସର୍ଚ୍ଚରେ ଦାବୀ କରାଯାଇଛି । ଏହି ଗବେଷଣାତ୍ମକ ସଂଦର୍ଭ ‘ନାନୋ ଲେଟର୍‌ସ୍‌’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ ଏହା ବି କୁହାଯାଇଛି ଯେ, ଏବେ ସାମାଜିକ ଦୂରତ୍ୱ ଅବଲମ୍ବନ ପାଇଁ ଯେଉଁ ନିୟମ ପାଳନ କରାଯାଉଛି, ତାହା ପର୍ଯ୍ୟାପ୍ତ ନୁହେଁ । ଏହି ରିସର୍ଚ୍ଚରେ ଅଂଶଗ୍ରହଣ କରିଥିବା ଗବେଷକ ୟାନ୍‌ୟିଙ୍ଗ୍‌ ଝୁ କହିଛନ୍ତି ଯେ, ତାଙ୍କ ଗବେଷଣାରେ ଅଧିକାଂଶ ମାମଲାରେ ଏହା ଜଣାପଡ଼ିଛି ଯେ, ଏହି ସଂକ୍ରମଣ ବିଂଦୁ ୬ ଫୁଟ୍‌ରୁ ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରେ ।

Leave A Reply

Your email address will not be published.