୧୯ ଦିନରେ ପହଂଚିଲା ସଂଘର୍ଷ : ଅଜରବେଇଜାନ୍‌ ରାଷ୍ଟ୍ରପତିଙ୍କ ଆର୍ମିନିଆକୁ ଖୋଲାଖୋଲି ଚେତାବନୀ

ବାକୁ : ନାଙ୍ଗୋନୋ-କାରାବାଖ୍‌ ଅଂଚଳ ପାଇଁ ଅଜର୍‌ବେଇଜାନ୍‌ ଏବଂ ଆର୍ମିନିଆ ମଧ୍ୟରେ ଗତ ୧୯ ଦିନ ହେଲା ଯୁଦ୍ଧ ଚାଲିଛି । ଦିନକୁ ଦିନ ଆହୁରି ଭୟଙ୍କର ରୂପ ଧାରଣ କରୁଛି ଯୁଦ୍ଧ । ଆଜି କିଛି ସମୟ ପୂର୍ବରୁ ଅଜର୍‌ବେଇଜାନ୍‌ ରାଷ୍ଟ୍ରପତି ଇଲ୍‌ହାମ୍‌ ଆଲିୟେବ୍‌ ଟ୍ୱିଟ୍‌ କରି ଖେଲାଖୋଲି ଭାବେ ଆର୍ମିନିଆକୁ ଚେତାବନୀ ଦେଇଛନ୍ତି । ଟ୍ୱିଟ୍‌ରେ ସେ କହିଛନ୍ତି, ‘ମୁଁ ଆର୍ମିନିଆର ସରକାର ଏବଂ ଲୋକଙ୍କୁ ସ୍ପଷ୍ଟ ସଂଦେଶ ଦେଉଛି ଯେ ସେମାନେ ସ୍ୱାଧୀନ ଅଂଚଳରେ ଫେରିବା ବନ୍ଦ କରନ୍ତୁ । ସେମାନଙ୍କ ଏହି ପଦକ୍ଷେପରେ ଆହୁରି ରକ୍ତାକ୍ତ ଯୁଦ୍ଧ ଓ ହତାହତ ସଂଖ୍ୟା ବଢ଼ିବ । ଆଜି ସକାଳୁ ଦୁଇ ଦେଶ ପକ୍ଷରୁ କୁହାଯାଇଛି ଯୁଦ୍ଧବିରାମ ପରେ ମଧ୍ୟ ନାଙ୍ଗୋନୋ-କାରାବାଖ୍‌ ଅଂଚଳରେ ହିଂସା ଯୁଦ୍ଧ ଜାରି ରହିଛି ଏବଂ ଆହୁରି ଉତ୍ତେଜନାପୂର୍ଣ୍ଣ ହେଉଛି ସଂଘର୍ଷ ।

Leave A Reply

Your email address will not be published.