ଦେଶର ଦୈନିକ କରୋନା ମାମଲାର ୬୯ ପ୍ରତିଶତ ୮ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଦେଖାଦେଇଛି

● ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷଣ ୧ ଲକ୍ଷ ଅତିକ୍ରମ କଲା
● ନମୁନା ପରୀକ୍ଷଣରେ ଜାତୀୟ ହାରଠାରୁ ଆଗରେ ରହିଛି ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ, (ପିଆଇବି) : ଆଜି ଭାରତରେ ସକ୍ରିୟ କରୋନା ମାମଲାର ସଂଖ୍ୟା ୪,୪୫,୯୪୦ ରହିଛି । ଦେଶର ମୋଟ କରୋନା ମାମଲା ମଧ୍ୟରୁ ୪.୮୭% କେବଳ ସକ୍ରିୟ ମାମଲା ଭାବେ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୩୨୨ ନୂଆ କରୋନା ମାମଲା ଦେଖା ଦେଇଛି ।
ଦୈନିକ ଆାସୁଥିବା ନୂଆ ମାମଲା ମଧ୍ୟରୁ ୯୬.୦୪% ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ; ମହାରାଷ୍ଟ୍ର, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା ଏବଂ ଛତିଶଗଡ଼ରୁ ଆସୁଛି ।
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬,୧୮୫ ନୂଆ କୋଭିଡ ମାମଲା ଆସିଛି । ଏହା ପଛକୁ ଦିଲ୍ଲୀରେ ୫,୪୮୨ ଏବଂ କେରଳରେ ୩,୯୬୬ ମାମଲା ଆସିଛି ।
ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ସଂଖ୍ୟା ଆଜି ୧ ଲକ୍ଷକୁ ଅତିକ୍ରମ କରିଛି । ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ସଂଖ୍ୟା ୧୦୦,୧୫୯.୭ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୫୭,୬୦୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା ୧୩.୮୨ କୋଟି (୧୩,୮୨,୨୦,୩୫୪)କୁ ଛୁଇଁଛି ।
କରୋନା ନମୁନା ପରୀକ୍ଷା ସକାଶେ ଅଧିକ ଲାବୋରେଟାରୀର ବ୍ୟବସ୍ଥା ଯୋଗୁ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇପାରିଛି । ଦେଶରେ ଏବେ ମୋଟ ୨,୧୬୧ ଟେଷ୍ଟିଂ ଲାବୋରେଟାରୀ ରହିଛି । ସେଥିରୁ ୧,୧୭୫ ସରକାରୀ ଏବଂ ୯୮୬ ଘରୋଇ ଲାବୋରେଟାରୀ । ଏହାଯୋଗୁ ଦୈନିକ ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି ପାଇପାରିଛି ।
ଦେଶରେ ଏବେ ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା କ୍ଷେତ୍ରରେ ଜାତୀୟ ହାରଠାରୁ ଅଧିକ ପରୀକ୍ଷା ହେଉଛି । ୧୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରଠାରୁ କମ୍ ନମୁନା ପରୀକ୍ଷା ହେଉଛି ।
ଦେଶରେ ଏ ପର୍ୟ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା ୮୭.୫୯ ଲକ୍ଷ (୮୭,୫୯,୯୬୯) ହୋଇଛି । ଆଜି ଜାତୀୟ ସୁସ୍ଥତା ହାର ରହିଛି ୯୩.୬୮% ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୪୫୨ ଜଣ ସୁସ୍ଥ ହୋଇଛନ୍ତି ।
ନୂତନ ସୁସ୍ଥଙ୍କ ମଧ୍ୟରୁ ୭୬.୫୫% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ଗୋଟି ଦିନରେ ଦିଲ୍ଲୀରେ ସର୍ବାଧିକ ୫,୯୩୭ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ ୪,୫୪୪ ଏବଂ ମହାରାଷ୍ଟ୍ରରେ ୪,୦୮୯ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ୭୮.୩୫% ମୃତ୍ୟୁ ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।
ଦିଲ୍ଲୀରେ ସର୍ବାଧିକ ୯୮ ଜଣଙ୍କ ମୃତ୍ୟୁ ହୋଇଛି ଏହା ପଛକୁ ମହାରାଷ୍ଟ୍ରରେ ୮୫ ଏବଂ ପଶ୍ଚିମବଙ୍ଗରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.