oum

ଅଚାନକ ଚଢ଼ାଉ କଲା ପୋଲିସ ନକଲି ମଶାବତୀ କାରଖାନା ଉପରେ, ୧ ଗିରଫ

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନାରେ ପୋଲିସ ଅଚାନକ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅନେକ ଦିନ ହେବ ସ୍ଲିପ୍‌ ୱେଲ୍‌ କମ୍ପାନୀ ନାମରେ ମଶାବତୀ ତିଆରି କରି ଖୁଲମ୍‌ଖୁଲା ବ୍ୟବସାୟ ଚାଲିଥିଲା । ଏହା ଜାଣି ବାଙ୍ଗାଲୁରୁର କମ୍ପାନୀ କର୍ତ୍ତୃପକ୍ଷ ପାରାଦୀପ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଗତକାଲି ବିଳମ୍ବିତ ରାତିରେ ଉକ୍ତ କାରଖାନାକୁ ଠାବ କରି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ ମଶାବତୀ ତିଆରି ସାମଗ୍ରୀ ଜବତ କରିବା ସହ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.