ନିଜ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଲେ ବୃଦ୍ଧା

ଉତ୍ତର ପ୍ରଦେଶ : ପ୍ରଧାନମନ୍ତ୍ରୀଙ୍କ ନାମରେ ସବୁତକ ସମ୍ପତ୍ତି କରିଦେବାକୁ ଉତ୍ତର ପ୍ରଦେଶର ମୋୖନପୁରୀ ତହସିଲ ବିକାଶ ବ୍ଳକର କିଶନିର ଚିତ୍ରୟାନ ଗାଁର ଜଣେ ବୃଦ୍ଧା ନିଷ୍ପତ୍ତି ନେଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁସାରେ ବୃଦ୍ଧାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି । ବୃଦ୍ଧାଙ୍କ ନାଁ ହେଉଛି ବିଟନ ଦେବୀ(୮୭) । ତାଙ୍କର ଦୁଇ ପୁଅ ବୋହୂ ତାଙ୍କର ପାଳନ ପୋଷଣ ଦାୟିତ୍ୱ ନେଉନାହାନ୍ତି । ଫଳରେ ବିଟନ ଦେବୀ ଓକିଲ କୃଷ୍ଣ ପ୍ରତାପ ସିଂଙ୍କ ପାଖକୁ ଯାଇ କହିଥିଲେ ଯେ, ତାଙ୍କର ପୁଅ ଓ ବୋହୂ ପଚାରୁ ନଥିବାରୁ ସେ ତାଙ୍କ ପାଖରେ ଥିବା ୧୨ ବିଘା ଜମିକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରିବାକୁ କହିଥିଲେ । ତାଙ୍କ କଥା ଶୁଣି ଓକିଲ ପ୍ରତାପ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଓକିଲ ବହୁତ ଥର ବୁଝାଇବା ପରେ ମଧ୍ୟ ବୃଦ୍ଧା ଶୁଣି ନଥିଲେ । ତାଙ୍କ ଜିଦ୍‌ ଧରିଥିଲେ ବୋଲି ଜଣା ପଡିଛି ।

Leave A Reply

Your email address will not be published.