ବଲିଉଡ ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ୱାଇ: ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ସୂଚନା ମିଳିଛି । ନିର୍ଦ୍ଦେଶକ ଶ୍ରୀ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଭଳି ସଂଗୀତ ଅଭିଯୋଗ ସାରା ସିନେମା ଜଗତରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ । ପୁଲିସ ଏବେ ନିର୍ଦ୍ଦେଶକ ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ପୀଡିତା ଅଭିଯୋଗ କରିଛନ୍ତି ଯେ, ଆୟୁଷ ତାଙ୍କୁ ବିବାହ କରିବା ଆଳରେ ଦୁଷ୍କର୍ମ କରିଛ‌ନ୍ତି। ଏ ନେଇ ଆୟୁଷଙ୍କ ସାଙ୍ଗ ରାକେଶଙ୍କ ନିକଟରେ ମଧ୍ୟ ଅଭିନେତ୍ରୀ ଜଣକ ନିଜ ଦୁଃଖ ଜଣାଇଥିଲେ । ହେଲେ ଦୁଃଖ ଶୁଣିବା ଆଳରେ ଓଲଟି ଆୟୁଷଙ୍କ ସାଙ୍ଗ ରାକେଶ ମଧ୍ୟ ଅଭିନେତ୍ରୀ ଜଣକୁ ଦୁଷ୍କର୍ମ କରିଛନ୍ତି ।

Leave A Reply

Your email address will not be published.