oom

ଭୋକବିହୀନ ବଲାଙ୍ଗିର ଆମର ଲକ୍ଷ୍ୟ : ‘ସ୍ମାଇଲ୍‌ ଫର୍‌ ଅଲ୍‌’ ତରଫରୁ ଖାଦ୍ୟ ବଂଟନର ୧୪୫ ଦିନ ପୂରିଲା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ସ୍ମାଇଲ୍‌ ଫର୍‌ ଅଲ୍‌’ ତରଫରୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ଅଂଚଳରେ ତଥା ସହରର ଅନ୍ୟ ସ୍ଥାନରେ ନିରୀହ, ଅସହାୟଙ୍କୁ ଖାଦ୍ୟବଂଟନର ୧୪୫ ଦିନ ପୂରିଛି । ସୂଚନାଯୋଗ୍ୟ ଯେ, କରୋନା କଟକଣା ସମୟରେ ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ରେ ଲାଗି ରହିଥିବା ବେଳେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ଦେଖାଶୁଣା କରୁଥିବା ନିରୀହ ପରିବାର ପରିଜନ ତଥା ସହରର ବିଭିନ୍ନ ଅଂଚଳରେ ରହୁଥିବା ନିରୀହ, ଅସହାୟ ବ୍ୟକ୍ତିମାନେ ଖାଦ୍ୟ ପାଇବା କ୍ଷେତ୍ରରେ ବହୁତ ହଇରାଣ ହେଉଥିବା ବେଳେ ସହଯୋଗର ବାହୁ ପ୍ରସାରିଛି ‘ସ୍ମାଇଲ୍‌ ଫର୍‌ ଅଲ୍‌’ ଅନୁଷ୍ଠାନ । ପ୍ରତ୍ୟହ ସ୍ଥାନୀୟ ସରକାରୀ ଡାକ୍ତରଖାନା ଅଂଚଳ ସହ ସହରର ଅନ୍ୟ ସ୍ଥାନରେ ମଧ୍ୟ ନିରୀହ ଅସହାୟଙ୍କୁ ଖାଦ୍ୟ ବଂଟନ ଭଳି ଏକ ଗୁରୁଦାୟିତ୍ୱ ବହନ କରି ସାରା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ତାହା ପୁଣି ଦିନେ କି ଦି’ ଦିନ ନୁହେଁ, ଦୀର୍ଘ ୧୪୫ ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରଖିଛି ‘ସ୍ମାଇଲ୍‌ ଫର୍‌ ଅଲ୍‌’ ଅନୁଷ୍ଠାନ । ଏହି ଅନୁଷ୍ଠାନର ସଭାପତି ସାମସନ ମିଶାଲ, ସଂପାଦକ ସଂଜୀବ କୁମାର ସାହୁ, ସଦସ୍ୟ ମନୋଜ ଚିନ୍ଦା, ବାବୁ ଚନ୍ଦନ, ପୁଷ୍ପକ ରାଉତ, ଦୀନେଶ ଭାଟି, କାହ୍ନା ଉପାଧ୍ୟାୟ, ଶଶାଙ୍କ ମଟାରୀ, ଦୀନେଶ ଭୋଇ, ଅରୁଣ ସିଂ, ବରୁଣ ବାରିକ, ଜୟକୃଷ୍ଣ ମିଶ୍ର, ଆଶୁତୋଷ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନିଷ୍ଠାର ସହ ଲାଗିଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି । ‘ଭୋକ ବିହୀନ ବଲାଙ୍ଗିର’ ଆମର ପ୍ରମୁଖ ଲକ୍ଷ୍ୟ ବୋଲି ‘ସ୍ମାଇଲ୍‌ ଫର୍‌ ଅଲ୍‌’ ପକ୍ଷରୁ କୁହାଯାଉଥିବା ବେଳେ କାହାକୁ ଯଦି ଖାଦ୍ୟ ଦରକାର ତେବେ ‘ସ୍ମାଇଲ୍‌ ଫର୍‌ ଅଲ୍‌’ ପାଇଁ ପ୍ରଦତ୍ତ ମୋ.ନଂ.୯୪୩୭୫୧୫୨୦୪କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ ମଧ୍ୟ କରାଯାଇଛି ।

jittmm
Leave A Reply

Your email address will not be published.