ଶତାୟୁ ମହିଳାଙ୍କ ଦେହାନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ଅଧିନସ୍ଥ ବଡ଼ ଆଙ୍କୁଲା ଗ୍ରାମର ଶତାୟୁ ମହିଳା ରାଧାମଣି ପ୍ରଧାନ(୧୦୭)ଙ୍କର ଗତ ଶନିବାର ପ୍ରାତଃ ସମୟରେ ଦେହାନ୍ତ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମ ପରାୟଣା ଓ ସରଳ ପ୍ରକୃତିର ମଣିଷ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ଦୀପକ କୁମାର ସାହୁ ତାଙ୍କ ବାସଭବନରେ ପହଞ୍ଚି ଏହି ଶତାୟୁ ମହିଳାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.