jayashree

୧୫ ଦିନରେ ମହାଯୁଦ୍ଧ : ରୁଷର ଘନଘୋର ଆକ୍ରମଣ ସାମ୍ନାରେ ଦୁର୍ବଳ ହେବାରେ ଲାଗିଛି ୟୁକ୍ରେନ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ ହେବା ଭଳି ସ୍ଥିତିରେ ଆସି ପହଂଚିଛି । ନାଟୋଚୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଏବେ ଦୁର୍ବଳ ହେବାକୁ ଲାଗିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ସେ ନାଟୋରେ ଯୋଗଦେବାକୁ ଜିଦ୍ ଧରି ନାହାଁନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜେଲେନସ୍କି ସ୍ପଷ୍ଟ ଭାବରେ କହିଛନ୍ତି, ନାଟୋର ପଦକ୍ଷେପ ହୃଦୟଙ୍ଗମ କରିବା ପରେ ମୁଁ ବହୁ ପୂର୍ବରୁ ନାଟୋରେ ସାମିଲ୍‌ ହେବା ଉଦ୍ୟମ ଛାଡିଥିଲି । ୟୁକ୍ରେନକୁ ଗ୍ରହଣ କରିବାକୁ ନାଟୋ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହେଁ ।

ଅନ୍ୟ ପକ୍ଷରେ ରୁଷ୍‌ର ପ୍ରଚଂଡ଼ ଆକ୍ରମଣରେ ୟୁକ୍ରେନ୍‌ର ବଡ଼ ବଡ଼ ସହର ଛାର୍‌ଖାର୍‌ ହୋଇ ସାରିଛି । ତୁହାକୁ ତୁହା ବୋମା ମିସାଇଲ୍‌ ମାଡ଼ରେ ମଲ୍‌ୱାରେ ପୋତି ହୋଇ ସାରିଛି ୟୁକ୍ରେନ୍‌ । ଏବେ କିଭ୍‌କୁ ସଂପୂର୍ଣ୍ଣ ଅକ୍ତିଆରା କରିବା ପାଇଁ ରୁଷ୍‌ ଜବର୍‌ଦସ୍ତ ଆକ୍ରମଣ ଜାରି ରଖିଥିବା ବେଳେ ଆକ୍ରମଣକୁ ଆହୁରି କ୍ଷୀପ୍ର କରିବା ପାଇଁ ଗତକାଲି ସଂଧ୍ୟାରେ ରୁଷ୍‌ର ଖୁଂକାର କମାଣ୍ଡୋ ଦଳ ଚେଚେନ୍ୟା ସାମରିକ ବାହିନୀ କିଭ୍‌ରେ ପହଂଚିଥିବା ଦେଖିବାକୁ ମିଳିଛି । ଯଦିବି କିଭ୍‌କୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସେନା ପ୍ରାଣପଣେ ଚେଷ୍ଟା କରୁଛନ୍ତି, ତଥାପି କିଭ୍‌କୁ ହାତେଇବା ପାଇଁ ରୁଷ୍‌କୁ ଆଉ ବେଶୀ ସମୟ ଲାଗିବ ନାହିିଁ ବୋଲି ଆଲୋଚନା ହେଉଛି ।

ନାଟୋର ସହଯୋଗ ଅପେକ୍ଷାରେ ରହିଥିବା ୟୁକ୍ରେନ୍‌କୁ ନିରାଶ ହେବାକୁ ପଡ଼ିଛି । ରୁଷ୍‌ ସହ ସିଧାସଳଖ ଶତ୍ରୁତାକୁ କୌଣସି ଦେଶ ସ୍ୱୀକାର କରୁନଥିବା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଯାଇଛି । କେବଳ ପ୍ରତିବନ୍ଧକ ଲଗାଇ ରୁଷ୍‌କୁ ଦୁର୍ବଳ କରିବାରେ ଅଂଟା ଭିଡ଼ିଛି ନାଟୋ । ଏଲଭଳି ସ୍ଥିତିରେ ଜେଲେନସ୍କି ନିରାଶ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.