ଶାସ୍ତ୍ରୀ ନଗର ସାଂସ୍କୃତିକ ସଂଗଠନ ପକ୍ଷରୁ ମେଗା ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀ ନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୁଲ୍ୟରେ, ସାଂସ୍କୃତିକ ସଂଗଠନ ତଥା ଶାସ୍ତ୍ରୀ ନଗର କଲ୍ଚରାଲ ଆସୋସିଏସନ୍ ଗୃହରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରଟି ମୁଖ୍ୟତଃ ଶାସ୍ତ୍ରୀ ନଗର ଅଞ୍ଚଳରେ କୋରୋନାରେ ପ୍ରାଣତ୍ୟାଗ କରିଥିବା ବାସିନ୍ଦା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ରୋଗରେ ମୃତ୍ୟବରଣ କରି ସମାଜ ସେବା ନିମନ୍ତେ ନିଜର ଚକ୍ଷୁଦାନ କରିଥିବା ଦୁଇ ମହିଳା ଭାଗ୍ୟଲକ୍ଷ୍ମୀ ଓ ଶୁଭଲକ୍ଷ୍ମୀଙ୍କୁ ଅଶ୍ରୁଳ-ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମିତ୍ତ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା କୁହାଯାଇଛି । ଆଞ୍ଚଳିକ ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ୱରେ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ବିଭିନ୍ନ
ଆଞ୍ଚଳିକସଂଘ ଯଥା ଶାସ୍ତ୍ରୀ ନଗର ବ୍ୟବସାୟୀ ସଂଘ, ଶାସ୍ତ୍ରୀ ନଗର ଉନ୍ନୟନ ପରିଷଦ, ଶାସ୍ତ୍ରୀ ନଗର ମହିଳା ସମିତି ଓ ଶାସ୍ତ୍ରୀ ନଗର ବରିଷ୍ଠ ନାଗରିକ ସଂଘ ଆଦିର ସଭ୍ୟ ମାନେ ଯୋଗଦେଇ ରକ୍ତଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ-ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ସମୀର ପ୍ରଧାନ, ଉମାନାଥ ମିଶ୍ର, ଗିରିଜା ନନ୍ଦ ମହାନ୍ତି, ଅଭିରାମ ଜେନା, ରଜନୀ ରାଣୀ ରାଜହଂସ ଓ ପିସି ପାଠୀ ଓ ହରେନ୍ ସାହୁ ଆଦି ଉପସ୍ଥିତ ଥିବା ବେଳେ, ଓଡ଼ିଶା ମୋ- ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ଏହି ଶିବିରର ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.