csstore

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ମହିଳାଙ୍କୁ ମିଳିଲା ଚିକିତ୍ସା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ଯୋଗୀସର୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରନପାଲି ଗ୍ରାମର ଇନ୍ଦ୍ରାବତୀ ମହାକୁର ବୋଲି ଜଣେ ମହିଳାଙ୍କ ମୁଁହ ଦିନକୁ ଦିନ ଫୁଲି ଯାଉଛି ଓ ଗୋଡ଼ଗୁଡ଼ିକ ସରୁ ହେବାରେ ଲାଗିଛି । ଉନ୍ନତ ମାନର ଚିକିତ୍ସା କରିବା ପାଇଁ ସାହାଯ୍ୟ ପାଇଲେ ଚିକିତ୍ସା କରାଇବେ ବୋଲି ମହିଳାଙ୍କ ସ୍ବାମୀ କହିଥଲେ ବୋଲି ଆମେ ଖବର ପ୍ରସାରଣ କରିଥିଲୁ । ଖବର ପାଇବା ମାତ୍ରେ ସ୍ୱେଛାସେବୀ ସଂଗଠନ ସ୍ଵାଭିମାନ ପରିବାର ସଙ୍ଗେ ସଙ୍ଗେ ନିଜେ ନିଜେ ପଇସା ଯୋଗାଡ କରି ତାଙ୍କର ଚିକିତ୍ସା ସକାଶେ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଲେ ଓ ତା’ପରେ କଟକ ବଡ଼ ଡାକ୍ତରଖାନାରେ ଉନ୍ନତ ମାନର ଚିକିତ୍ସା ପାଇଁ ଦେଢ଼ ମାସ ପର୍ଯ୍ୟନ୍ତ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଆଜି କିଛି ମାତ୍ରାରେ ସୁସ୍ଥ ହୋଇ ମହିଳା ଜଣାକ ଗାଁକୁ ଆସୁଥିବା ବେଳେ କିଛି ଦିନ ପରେ ତାଙ୍କୁ ପୁଣି କଟକ ଡାକ୍ତରଖାନା ନେଇ ଆଉ ଯାହା ଅସୁବିଧା ଅଛି ଚିକିତ୍ସା କରିବା ସହ ସଂପୂର୍ଣ୍ଣ ଭାବେ ସୁସ୍ଥ ହେଲା ପର୍ୟ୍ୟନ୍ତ ତାଙ୍କର ଦେଖାଶୁଣା କରିବା ପାଇଁ ସଂଗଠନର ରିକୁନ, ରମ୍ୟ ଓ ଅନ୍ୟ ସଦସ୍ୟମାନେ ପ୍ରତିଶ୍ରୁତି ଦେଇଛନ୍ତି ଓ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଲା ପରେ ତାଙ୍କର ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘରଟିଏ କେମିତି ପାଇବେ ତାହାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ସ୍ଵାଭିମାନ ପରିବାରର ଏହି ମହତ କାର୍ଯ୍ୟ ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।

jayashree
Leave A Reply

Your email address will not be published.