csstore

ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ ଯୋଗୁଁ କ୍ଷତି ପୂରଣ ସହାୟତା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ କୋନାବୁଦା ଗ୍ରାମର ଚାଷୀ ମାନେ ପାଇକମାଲ ବ୍ଲକ କୃଷି ଅଧିକାରୀ ଓ ପାଇକମାଲ ତହସିଲଦାରଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ପଦ୍ମପୁର ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ଅଟେ । ଚିର ମରୁଡିରେ ଆକ୍ରାନ୍ତ ହୋଇ ଚାଷୀମାନେ ସର୍ବଶ୍ୱାନ୍ତ ହୋଇ ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଖରିଫ ଋତୁ ଧାନ ଫସଲରେ ବିଭିନ୍ନ ପ୍ରକାର ରୋଗ ସହିତ ପୋକର ପ୍ରାଦୁର୍ଭାବ ହେତୁ ଧାନ ଫସଲ ନଷ୍ଟ ହୋଇଗଲାଣି ।

ଅଦିନିଆ ବର୍ଷା ଓ ପାଗ ଚାଷୀ ପାଇଁ ଅନୁକୂଳ ନ ଥିବାରୁ ଧାନରେ ରୋଗ ପୋକ ଲାଗିଲେଣି ବଜାରରୁ ବହୁମୂଲ୍ୟ କୀଟନାଶକ ଔଷଧ କିଣି ସିଞ୍ଚନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଏହାର ବିହୀତ ତଦନ୍ତ ପୂର୍ବକ ସରକାରୀ ସହାୟତା ତଥା ଇନ୍‌ପୁଟ୍‌ ସବସିଡି ଦେବା ସଙ୍ଗେ ସଙ୍ଗେ କ୍ଷତି ପୂରଣ ରାଶି ପ୍ରଦାନ କରିବା ପାଇଁ କେନାବୁଦା ଗ୍ରାମର ଚାଷୀ ବେଦବତ୍ତ ସାହୁ, ହୃଶିକେଷ ସାହୁ, କ୍ଷୀରୋଦ ସାହୁ ପ୍ରମୁଖ ଦାବୀପତ୍ର ପ୍ରଦାନ କରିଛନ୍ତି । ବରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.