ସର୍ଗିପାଲିଠାରେ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲିଠାରେ ଅଂଶୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ମହରାପଦର ସରପଞ୍ଚ ନଳିନୀ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟିଥିଲେ । ଗୋବର୍ଦ୍ଧନ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସହିଦ ଭଗତ ସିଂ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏ ପ୍ରତିଯୋଗିତାରେ ୨୭ଟି ଦଳ ଅଂଶଗ୍ରହଣ କରିଛନ୍ତି । ଗତକାଲି କନ୍ଦ୍ରାଭଟା ଓ ବନ୍ଦେପଦର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା, କନ୍ଦ୍ରାଭଟା ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୬୮ ରନ ସଂଗ୍ରହ କରିଥିବା ବେଳେ ବନ୍ଦେପଦର ଦଳ ସମୁଦାୟ ୪୭ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଯୋଗେଶ୍ୱର ପୁଟେଲ, ନାରାୟଣ ବରିହା ଖେଳ ପରିଚାଳନା କରିଥିଲେ । ଯଜ୍ଞ ସରାଫ, ସୁଧୀର ମେହେର, ପ୍ରଶାନ୍ତ ଭଇଁଶାଲ, ସୁନୀଲ ଧରୁଆ ପ୍ରମୁଖ ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.