pakka

ଖପ୍ରାଖୋଲରେ ୭୩ତମ ସାଧାରଣତନ୍ତ୍ର ଦିବସ

bbehera

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଳକର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ସାଧାରଣତନ୍ତ୍ର ଦିବସ ଫିକା ପଡିଥିଲା । ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟଠାରେ ଗୋଷ୍ଠୀଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ସହିତ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ସେ ତାଙ୍କ ଅଭିଭାଷଣରେ କହିଥିଲେ । ସହକାରୀ ଯନ୍ତ୍ରୀ ସୌମ୍ୟକିଶୋର ଜୟପୁରିଆ, ଉପବିଭାଗ ଅଧିକାରୀ ବ୍ରଜବନ୍ଧୁ ଠାକୁର, କନିଷ୍ଠଯନ୍ତ୍ରୀ ଦୀନବନ୍ଧୁ କୁମ୍ଭାର, ଆକାଉଣ୍ଟାଣ୍ଟ ହରେକୃଷ୍ଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଖପ୍ରାଖୋଲ ଥାନା ପରିସରରେ ଥାନା ଅଧିକାରୀ ରମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପହାର ବଣ୍ଟନ କରାଯାଇଥିଲା । ସ୍ଥାନୀୟ ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ଅଧ୍ୟକ୍ଷ ପ୍ରମୋଦ କୁମାର ପାଣି ପତାକା ଉତ୍ତୋଳନ କରିଥିବା ବେଳେ ହରେଶ କୁମାର ବେହେରା, ଜନାର୍ଦ୍ଦନ ସୁନା, ନନ୍ଦକିଶୋର ବାଗ, ବାଳକୃଷ୍ଣ ପୁଞ୍ଜି, ଗୁଣମଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ତହସିଲ କାର୍ଯ୍ୟାଳୟ, ଡାକ୍ତରଖାନା, ବନ ବିଭାଗ କାର୍ଯ୍ୟାଳୟ, ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟଠାରେ ପତାକା ଉତ୍ତୋଳନ ହୋଇଯାଇଛି ।

jay balangir
Leave A Reply

Your email address will not be published.

six − 1 =

error: Content is protected !!