pr

ମିଛ ଇସ୍ତଫା ପତ୍ର କରି କାମରୁ ବିତାଡ଼ିତ କରିବା ସହିତ ଗାଳି ଗୁଲଜ ଅଭିଯୋଗ : ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଛ ଇସ୍ତଫା ପତ୍ର ତିଆରି କରି ଶ୍ରମିକମାନଙ୍କୁ କାମରୁ ବିତାଡିତ କରିବା ସହିତ ପ୍ରଶ୍ନ କରିବାରୁ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଅଭିଯୋଗରେ ଆଜି ହରିଶଙ୍କର ଚିଡିଆଖାନାରେ କାମ କରୁଥିବା ଶ୍ରମିକମାନେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାରୁ ପ୍ରକାଶ ଯେ, ନାନ୍ଦୁପଲାର ନୀଳାମ୍ବର ବରିହା, ଚତୁର୍ଭୁଜ ବାଗ, ଛଞ୍ଚାଣବାହାଲିର ବେଲାରୁ ବରିହା, ଧନେଶ୍ୱର ମାଝୀ, ନୂଆପାଲିର ସୁରେଶ ମାଝୀ, ତୁର୍ଲାର ମଦନ ଭୂଏ, ମହରାପଦରର ଟିକେଶ୍ୱର ଭୁଏ ଏବଂ ତ୍ରିଲୋଚନ ପାଣ୍ଡେ ସମୁଦାୟ ଆଠ ଜଣ ଶ୍ରମିକ ୨୦ ବର୍ଷରୁ ଅଧିକ ହେବ ହରିଶଙ୍କର ସ୍ଥିତ ଚିଡ଼ିଆଖାନା ହରିଣମାନଙ୍କ ଦେଖାରେଖା କରି ଆସୁଥିଲେ । କିନ୍ତୁ ଗତ ୫ ମାସ ହେବ ସେମାନେ ଦରମା ପାଇ ନଥିବା ବେଳେ ଏନେଇ ସେମାନେ ଫରେଷ୍ଟର ପ୍ରିୟବ୍ରତ ମହାକୁଡ଼ ଓ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲସାଏଙ୍କୁ ଅଭିଯୋଗ କରିଥିଲେ । ବ୍ୟାଙ୍କ ଖାତାରେ ଦରମା ଆସିବ କହି ଫରେଷ୍ଟର ପ୍ରିୟବ୍ରତ ମହାକୁଡ଼ ଏବଂ ଫରେଷ୍ଟ ଗାଡର଼୍ ଶ୍ରୀ କାଳସାଏ ସେମାନଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନେଇଥିଲେ । ସେମାନେ ଦରମା ପାଇବା କିଛି ଦିନ ପରେ ହଠାତ୍‌ ତୁମକୁ ଚାକିରିରୁ ବାହାର କରି ଦିଆଯାଇଛି ବୋଲି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ତଡ଼ି ଦେଇଥିଲେ । ଏହା କିପରି ହେଲା ବୋଲି ପଚାରିବାରୁ ସେମାନଙ୍କୁ ଉଭୟ ଫରେଷ୍ଟର ଏବଂ ଫରେଷ୍ଟ ଗାଡର଼୍ ଅଶ୍ର୍ରାବ୍ୟ ଭାଷାରେ ଜାତିଗତ ଗାଳି ଗୁଲଜ କରିଥିଲେ । ଉକ୍ତ ଶ୍ରମିକମାନେ ଏହା ବିରୁଦ୍ଧରେ ଖପ୍ରାଖୋଲ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ଉପରେ ଏଯାଏଁ କୌଣସି କାର୍ୟ୍ୟାନୁଷ୍ଠାନ ହୋଇ ନଥିବାରୁ ଅଶ୍ରମିକମାନେ ବାଧ୍ୟ ହୋଇ ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଶ୍ରମିକମାନେ ସାମ୍ବାଦିକମାନଙ୍କୁ କହିଛନ୍ତି । ତବେ ଏଘଟଣାର ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ କରାଯିବ ବୋଲି ପୋଲିସ କହିଛି ।

nrusinghnath
Leave A Reply

Your email address will not be published.