ସରିଲା ନାମାଙ୍କନ ପତ୍ର, ସମୁଦାୟ ୬୮୩ ପ୍ରାର୍ଥୀ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ପଦ ନିମନ୍ତେ ସମୁଦାୟ ୨୩୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ସରପଞ୍ଚ ପାଇଁ ୪୬ଜଣ, ସମିତିସଭ୍ୟ ପାଇଁ ୩୧ଜଣ ଏବଂ ୱାର୍ଡସଭ୍ୟ ପାଇଁ ୧୫୭ ଜଣ ପ୍ରାର୍ଥୀ ଅଟନ୍ତି । ସେହିପରି ଜିଲ୍ଲାପରିଷଦ ଜୋନ ୩ ପାଇଁ ବିଜେପିରୁ ପାୟଲ ଅଗ୍ରୱାଲ, ବିଏସପିର ସୁଭଦ୍ରା ସୁନା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ରୁକ୍ମିଣୀ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜୋନ ୪ ପାଇଁ ବିଜେଡିର ପ୍ରମିଳା ପାଥର, ବିଜେପିର ସନ୍ତୋଷିନୀ ବରିହା ଏବଂ ବିଏସପିର ଲଳିତା ବରିହା ଆଜି ମନୋନୟନ ପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି । ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ସରପଞ୍ଚ ନିମନ୍ତେ ୧୩୭ ଜଣ, ସମିତି ସଭ୍ୟ ନିମନ୍ତେ ୧୦୪ଜଣ ଏବଂ ୱାର୍ଡସଭ୍ୟ ପାଇଁ ୪୪୨ଜଣ ପ୍ରାର୍ଥୀଙ୍କ ସମେତ ସମୁଦାୟ ୬୮୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି । ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଞ୍ଚ ପରେ ୨୩ ତାରିଖ ଯୋଗ୍ୟ ପ୍ରାର୍ଥୀଙ୍କର ନାମ ତାଲିକା ପ୍ରକାଶ ପାଇବ ବୋଲି ଖପ୍ରାଖୋଲ ବ୍ଲକ ସହକାରୀ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ପାଣି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.