oom

ସବ୍‌ଡ଼ିଭିଜନ ସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା ପକ୍ଷରୁ ବୀମା ମେଳା ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଡାକ ଉପମଣ୍ଡଳସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା ପକ୍ଷରୁ ଡାକ ଜୀବନ ବୀମା ମେଳା ଛତ୍ରପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସହକାରୀ ଡାକ ଅଧୀକ୍ଷକ କିରଣ ମାଳା ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ମେଳାରେ ବ୍ରହ୍ମପୁର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଏବଂ ଛତ୍ରପୁର ମୁଖ୍ୟ ଡାକଘର ଏ.ପି.ଏମ. ଯୋଗେନ୍ଦ୍ର ଗୌଡ଼ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମାର୍କେଟିଂ ପ୍ରତିନିଧିମାନେ କିଭଳି ଏଦିଗରେ ଲୋକାଭିମୁଖୀ କରିବା ସହ ଜମା ଖାତା ଖୋଲିବାରେ ଅଗ୍ରସର ହେବେ, ତାହାରି ଉପରେ ବିଭିନ୍ନ ଦିଗଦର୍ଶନ ଦେଇଥିଲେ । ଚଳିତ ଆର୍ଥିକ ବର୍ଷର ଆଉ କେଇଟା ଦିନ ବାକିଥିବା ବେଳେ ଧାର୍ଯ୍ୟ ବ୍ୟବସାୟ ଅର୍ଥାତ୍‌ ନୂଆଁ ଡାକ ଜମାଖାତା, ଡାକ ଜୀବନ ବୀମା ପଲିସି, ଗ୍ରାମୀଣ ଡାକ ଜୀବନ ବୀମା ପଲିସି, ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ, ପିପିଏଫ ଆକାଉଣ୍ଟ ଖୋଲିବା ଆଦି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସକାଶେ ଉପସ୍ଥିତ ବିପିଏମ ଏବଂ ଏବିପିଏମ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ମେଳାରେ ଉତ୍ତମ ବ୍ୟବସାୟ ପ୍ରଦର୍ଶନ ପାଇଁ କୃତିତ୍ୱ ହାସଲ କରିଥିବା ବିପିଏମ ମାନଙ୍କୁ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ପାଢ଼ୀ ମାନପତ୍ର ଓ ପୁରସ୍କାର ପ୍ରଦାନ ସହ ସମ୍ମାନୀତ କରିଥିଲେ ।

jittmm
Leave A Reply

Your email address will not be published.