ପାଟଣାଗଡ଼, (ଗୋରେଖନାଥ ବରିହା) : ଏବେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ତେବେ କିଛି ଅଧିକାରୀ ୩ ବର୍ଷ କ’ଣ ୧୦/୧୫ ବର୍ଷ ଧରି ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ ଆଦି ବ୍ଳକର ବିଭିନ୍ନ ବିଭାଗରେ ଗୋଟିଏ ସିଟ୍ରେ ରହିଲେଣି । ଏହି ଆଚରଣ ବିଧି ହେବା ଆଗରୁ କୁହାଲିଆ ଅଧିକାରୀ ତାଙ୍କ ନେତାଙ୍କ ସୁପାରିଶରେ ରହିଥିବା ଅଭିଯୋଗ ହେଉଛି । ଆଶା ବିଶ୍ଵାସ ବଲାଙ୍ଗିର ଜିଲ୍ଲାପାଳ ଏହାର ଅନୁସନ୍ଧାନ କରିବେ । ନିର୍ବାଚନ ପୂର୍ବରୁ ଏଭଳି ସରକାରୀ କର୍ମଚାରୀଙ୍କୁ ବିଦାୟ କରାଯାଉ ଓ ଆଚରଣ ବିଧି ଠିକ୍ ଭାବରେ ପାଳନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।