ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଘୁନସର ଟାୱାର ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିକାଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଞ୍ଚଳର ପ୍ରାୟ ୧ ଶହରୁ ଅଧିକ ଟେଣ୍ଟ ମାଲିକମାନେ ଯୋଗଦାନ କରିଥିଲେ । ସଭାରେ ବିଭିନ୍ନ ସମସ୍ୟାର ଆଲୋଚନା କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ବେପାର କ୍ଷତି ହୋଇଥିବାରୁ ମାଲିକମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସଭାପତିଙ୍କୁ ଜଣାଇବା ସହ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ରବୀନ୍ଦ୍ର ଗଡତ୍ୟା, ତେଜରାଜ୍ ଦଣ୍ଡସେନା, ଗୋପାଳ ପାତ୍ର, ପିଣ୍ଟୁ ପୁଟେଲ, କିଶୋର ସାହୁ, ସୀତାରାମ ମେହେର, ବାଙ୍କବିହାରୀ ନାୟକ, ସାମାଜିକ ପଟେଲ, ଚିନ୍ତା ରଣା, ଦୁର୍ଗା ଦତ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୀତାରାମ ମେହେର ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।