oom

କୋଚ୍‌ ଶିବ ପ୍ରସାଦ ଦ୍ୱିତୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିଆନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଓ ର୍ବତ୍ତମାନ ଛାତ୍ରଙ୍କ ମିଳିତ ଆନୁକୁଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ଦ୍ୱିତୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସ୍ପୋର୍ଟ୍ସ ହଷ୍ଟେଲ ବନାମ ୟୁଥ କ୍ଲବ ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ ଡ୍ର ରହିଥିବା ବେଳେ ଟ୍ରାଇବ୍ରେକରରେ ସ୍ପୋର୍ଟ୍ସ ହଷ୍ଟେଲ ୪-୩ ଗୋଲରେ ୟୁଥ କ୍ଳବକୁ ହରାଇ ଚାମ୍ପିଆନ ହୋଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ସମ୍ପାଦକ ତଥା ପୁର୍ବତନ ଫୁଟବଲ ଖେଳାଳୀ ଅମନ ନାଗ ଯୋଗ ଦେଇ ବିଜେତା ଦଳ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିରକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ଉପବିଜେତା ଦଳ ୟୁଥ କ୍ଳବ ବଲାଙ୍ଗିରକୁ ଟ୍ରଫି ସହ ୭ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡାସଂସଦର ସଭାପତି ଡ. ଶ୍ରୀକର ମିଶ୍ର, କ୍ରୀଡାସଂସଦର ବରିଷ୍ଠ ସଦସ୍ୟ ଡ. ସିଦେ୍ଧଶ୍ୱର ମିଶ୍ର ଓ ଫୁଟବଲ ସମ୍ପାଦକ ହେମନ୍ତ କୁମାର ବେହେରା ମଂଚାସୀନ ଥାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । କମିଟିର ସଭାପତି ନାରାୟଣ ବିଶ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ନାଗ ପ୍ରତିଭା ସମ୍ପନ୍ନ ୨୦ ଜଣଙ୍କୁ ସମ୍ମାନିତ କରିଥିଲେ । ଖେଳକୁ ରେଫରୀ ଭାବରେ ଦେବାଶିଷ ବାଗ, ସୁଶାନ୍ତ ନାଗ, ସଂଜିବ ମହାରଣା ଓ ପ୍ରଫୁଲ୍ଲ ବଗର୍ତ୍ତୀ ପରିଚାଳନା କରିଥିଲେ । ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଫୁଟବଲ କୋଚ ପରାସର ବାଗ, ସମ୍ପାଦକ ଅଭିମନ୍ୟୁ ପାଣ୍ଡେ, ଗିରି ପାଉଲେ, ଅନୁପ ସାଏ, ସୁକଦେବ ସାହୁ, ସୁର୍ଯ୍ୟମଣି ସୁନା, ଚିତ୍ତର ରଂଜନ ବିଶ୍ୱାଲ, ମନୋରଂଜନ ବିଶ୍ୱାଲ, ତସା ନାଗ, କହ୍ନେଇ ଗଡତ୍ୟା, ନିଲାଞ୍ଚଳ ପ୍ରଧାନ, ରାମଚନ୍ଦ୍ର ବିଶ୍ୱାଲ, ମିଥୁନ ଭୁକ୍ତା, ଜନାର୍ଦନ ପାଣ୍ଡେ, ପ୍ରସାନ୍ତ ପ୍ରଧାନ, ହେମସାଗର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.