csstore

ଅନୁଗୋଳ ଓପି ଜିନ୍ଦଲ୍‌ ସ୍କୁଲ୍‌ ଛାତ୍ରଛାତ୍ରୀ ଓ ନୃତ୍ୟ ଶିକ୍ଷକ ସମ୍ମାନିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ସ୍ମୃତି କଲ୍‌ଚରାଲ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ପ୍ରାୟୋଜିତ ‘ମେଗା ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ମାୟାପୁରୀ-୨୦୨୧’ ଗତ ଶୁକ୍ରବାର ଦିନ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଓପି ଜିନ୍ଦଲ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନୃତ୍ୟ କଳାପ୍ରେମୀ ୨୦୦ ଜଣ ଛାତ୍ରଛାତ୍ରୀ ଏହି ମହୋତ୍ସବରେ ସାମିଲ୍‌ ହୋଇ ନୃତ୍ୟ ପରିବେଷଣ କରି ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଓପି ଜିନ୍ଦଲ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଅଙ୍କିତା ଦ୍ୱିବେଦୀ, ସ୍ୱସ୍ତି ତିୱାରୀ, ଆଦିତୀ ପଟ୍ଟନାୟକ, ଜାହ୍ନବୀ ଜେନା, ପଞ୍ଚମ ଶ୍ରେଣୀର ଛାତ୍ରୀ ସମାୟାରା ମିଶ୍ର, ଚତୁର୍ଥ ଶ୍ରେଣୀର ଛାତ୍ରୀ ଆରତ୍ରିକା ନାୟକ, ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ସଚେତନା ଶତପଥୀ, ଅଷ୍ଟମ ଶ୍ରେଣୀର ଛାତ୍ରୀ କଲ୍ୟାଣଶ୍ୱରୀ, ଦଶମ ଶ୍ରେଣୀର ଛାତ୍ରୀ ଦୀପଶିଖା ପାତ୍ର ଓ ନୃତ୍ୟ ଗୁରୁ ରାଜକୁମାର ନାହକଙ୍କୁ ଗୁରୁରତ୍ନ ସମ୍‌ମାନରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସଂପୃକ୍ତ ନୃତ୍ୟଗୁରୁ ସମ୍ବଦ୍ଧିତ ହୋଇଥିବା ଯୋଗୁଁ ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥ, ଉପାଧ୍ୟକ୍ଷ ଶ୍ରୀମତୀ ସଂଗୀତା ଶର୍ମା, ବିଦ୍ୟାଳୟ ପରିଚାଳନା ମଣ୍ଡଳୀର ସଦସ୍ୟ ଓ ସଦସ୍ୟା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଛାତ୍ରଛାତ୍ରୀ ଓ ଅଭିଭାବକ ସେମାନଙ୍କ କୃତିତ୍ୱ ପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.