csstore

ବଲାଙ୍ଗିର ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ାଉ : ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ୍‌ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସଂପୃକ୍ତ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ରହିଥିବା ଶାଗୁଆନ ଗଛ କଟା ଯାଇଥିବା ସଂପର୍କରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍‌ ଅଜିତ ବିଶି, ରାଜୁ ବେହେରା, ରେଂଜର କେଶବ କିଶୋର ନାଏକ, ବନପାଳ ବ୍ୟାସଦେବ ସାହୁ, ଭବାନୀ ସ୍ୱାଇଁ, ବନରକ୍ଷୀ ରଂଜିତ କୁମ୍ଭାର, ଭାରତୀ ଯାନୀ, ଶୁଭସ୍ମିତା ମେହେର ତଥା ପାରା ଷ୍ଟାଫ୍‌ ବିପ୍ଲବ ପଟ୍ଟନାୟକ, ଶତ୍ରୁଘ୍ନ ବଗର୍ତ୍ତି, ମନୋଜ କୁମାର ପଧାନ, ବିଭୁପ୍ରସାଦ ଗହୀର, ଜୟ ରାଉତ ପ୍ରମୁଖ ଏହି ଚଢ଼ାଉରେ ସାମିଲ୍‌ ରହିଥିବା ବେଳେ କାର୍ଯ୍ୟାଳୟ ପରିସରରେ କଟା ଯାଇଥିବା ଶାଗୁଆନ ଗଛର ଷ୍ଟମ୍ପ୍‌ ଓ କାଠ ଠାବ କରାଯାଇଛି । ତେବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବା ବେଳେ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଏ ସଂପର୍କରେ କିଛି ଜାଣି ନଥିବା କହିଛନ୍ତି ।

jayashree
Leave A Reply

Your email address will not be published.