ସବୁଜ ଡେଲାଙ୍ଗ ଟ୍ରଷ୍ଟର ତୁଳସୀ ବୃକ୍ଷ ରୋପଣ ଓ ପୂଜନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡିସେମ୍ବର ପଚିଶ ହିନ୍ଦୁ ଧର୍ମରେ ଗତକାଲି ତୁଳସୀ ପୂଜନ ଦିବସ । ବଡଦିନ ପାଳନ ଅବସରରେ ସମସ୍ତେ ଭୋଜିଭାତ ଆସରରେ ମସଗୁଲ ଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ତୁଳସୀ ବୃକ୍ଷ ରୋପଣ, ପୂଜନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ଏକାଧାରାରେ ଜଣେ କବି, ଲେଖକ, ଶିଶୁ ସାହିତ୍ୟିକ, ପରିବେଶ ଲେଖକ, ପ୍ରକୃତିପ୍ରେମୀ, ଆଇନଜୀବି ହୃଷୀକେଶ ପାଢ଼ୀ ତୁଳସୀ ମାହାତ୍ମ୍ୟ ଉପରେ ବିଷଦ ଆଲୋଚନା କରି ପରିବେଶ ସନ୍ତୁଳନ ଉପରେ ଏହାର ପ୍ରଭାବ ବୁଝାଇ ଥିଲେ । ପ୍ରତ୍ୟେକ ନିଜ ଘର ଅଗଣା ଓ ଦାଣ୍ଡ ଦୁଆରେ ତୁଳସୀ ଗଛ ଲଗାଇ ପ୍ରତ୍ୟେହ ତାର ଦର୍ଶନ କରି ସୌଭାଗ୍ୟ ଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଓ୍ଵାର୍ଡସଭ୍ୟା ତଥା ଧର୍ମପରାୟଣା ମହିଳା ଜାନକୀ ପାଢ଼ୀ, ରାଧାମଣୀ ପାଢ଼ୀ, ଗୁନମଣୀ ପାଢ଼ୀ, ହାରାମଣୀ ସାହୁ, ଲମ୍ବିତା ଜେନା, ଲଷ୍ମୀପ୍ରିୟା ବାରିକ, ରୀନାରାଣୀ ପାଢ଼ୀ, ମାମିନା ପାଢ଼ୀ, ସଂଯୁକ୍ତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.