ଗୋପାଳପୁର ପୋର୍ଟ ଶ୍ରମିକ ସଂଘର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ ଶ୍ରମିକ ସଂଘ ତରଫରୁ ଏକ ସାଧାରଣ ବୈଠକ ଛତ୍ରପୁର ସ୍ଥ ଗୌରି ଶଙ୍କର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମସ୍ତ କର୍ମକର୍ତ୍ତା ଏବଂ କର୍ମଚାରୀମାନଙ୍କ ଦ୍ଵାରା ପୂର୍ବରୁ ଏକ ନିର୍ବାଚନ ଅବା କର୍ମକର୍ତ୍ତା ଚୟନ ହୋଇଥିଲା । ଉକ୍ତ ନୂତନ କର୍ମକର୍ତ୍ତାଙ୍କୁ ଶନିବାର ଏକ ଆନୁଷ୍ଠାନିକ ସମାରୋହରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ନୂତନ ଘୋଷିତ କର୍ମକର୍ତ୍ତାମାନଙ୍କ ସହ ନିର୍ବାଚିତ ହୋଇଥିବା ସଭାପତି ଇଜୁ ଅମିନ ଖାନ୍ ଦାୟିତ୍ୱଭାର ଗ୍ରହଣ କରିଥିବାରୁ ୟୁନିୟନର ୱାର୍କର୍ସ ଓ କର୍ମକର୍ତ୍ତାମାନେ ତାଙ୍କୁ ସମ୍ବର୍ଦ୍ଧନା ସହ ସାଧୁବାଦ ଜଣାଇଥିଲେ । ସେହିପରି ଉପସଭାପତି ବି.ଗୋପାଲ ଏବଂ ଗୁରୁଦେବ ବେହେରା, ସାଧରଣ ସମ୍ପାଦକ ନୃସିଂହ ଚରଣ ଜେନା, ଯୁଗ୍ମ ସଂପାଦ ଜାଗେୟା ପ୍ରମୁଖ କର୍ମକର୍ତ୍ତା କର୍ମଚାରୀଙ୍କୁ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ନବବର୍ଷକୁ ସ୍ୱାଗତ ସ୍ୱରୂପ ଅଭିନନ୍ଦନ ଜ୍ଞାପନ କରିଥିଲେ । ସଂଗଠନକୁ ମଜବୁତ କରିବା ଲାଗି ପବିତ୍ର ବଡ଼ଦିନ ପର୍ବ ଅବସରରେ ଈଶ୍ୱରଙ୍କ ଠାରେ କାମନା କରିଛନ୍ତି ।

Leave A Reply

Your email address will not be published.