ଚାଲିଗଲେ ଗଞ୍ଜାମର ଟାଇଗର ରାଜନେତା ରାମକୃଷ୍ଣ ପଟ୍ଟନାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ତ୍ୱଧୀନ ଓଡ଼ିଶା ସରକାରଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ଏକ ଘରୋଇ ହସପିଟାଲରେ ୮୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା ଦେଇଛନ୍ତି, ରାମକୃଷ୍ଣଙ୍କ ଝିଅ ଅନୀତା ଶୁଭଦର୍ଶିନୀ । ସୂଚନାଯୋଗ୍ୟ ଯେ, ସେ ଏକାଧିକ ଥର ବିଭାଗର ମନ୍ତ୍ରୀ ଭାବେ ସୂଚାରୁ ରୂପେ ଦାୟିତ୍ୱ ବହନ କରିଥିଲେ ଏବଂ ସେ ତାଙ୍କ ଜୀବନରେ ବିଭିନ୍ନ ଦଳରୁ ୬ଥର ବିଧାନସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ବିଜୁବାବୁଙ୍କର ସେ ଜଣେ ମାତ୍ର ଅନ୍ତରଙ୍ଗୀ ବନ୍ଧୁ ଥିଲେ । ସେ ତତ୍କାଳୀନ ଜନତାଦଳର ଜଣେ ଦକ୍ଷ ତୁଙ୍ଗନେତା ଥିଲେ ଏବଂ ସେ ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ଭାବେ ନିଜର ପରାକାଷ୍ଠା ପ୍ରତିପାଦନ କରିଆସିଥିଲେ । ଗଞ୍ଜାମ ଜିଲ୍ଲାର କୋଦଳା ଆସନରୁ ୧୯୭୭, ୧୯୮୦, ୧୯୯୫, ୨୦୦୦ ମସିହାରେ ଏବଂ ପରେ ଅନ୍ୟଦଳ ପରିବର୍ତ୍ତନ କରି ଏହି ପରି ଛଅ ଥର ଭାବେ ଓଡ଼ିଶା ବିଧାନସଭା ଆସନ ପାଇଁ ବିଜୟୀ ହୋଇଥିଲେ । ତାଙ୍କ ଝିଅ ମଧ୍ୟ ଜଣେ ରାଜନୀତିରେ ପ୍ରବେଶ କରିଥିବା ସାଂଗକୁ ପତ୍ନୀ ସାଂସଦ କୁମୁଦିନୀ ମଧ୍ୟ ଆସ୍କା ଆସନରୁ ଥରେ ବିଜୟୀ ହୋଇଥିଲେ । ୧୯୪୦ ମସିହା ଅଗଷ୍ଟ ୧୫ତାରିଖରେ ଜନ୍ମଗ୍ରହଣ କରିଥିବା ରାମକୃଷ୍ଣ ପଟ୍ଟନାୟକଙ୍କ ଜଣେ ସ୍ୱାଭିମାନୀ ସମ୍ମାନର ପଦାଧାରୀ ରାଜନୈତିକ ର ବ୍ୟକ୍ତିତ୍ବ ଗଞ୍ଜାମ ମାଟିର ଗୌରବ ଆଣିଥିଲା । ତାଙ୍କରି ଆଦର୍ଶ ଚିନ୍ତାଧାରା ଅନ୍ୟ ଉତ୍ତର ଯୁବପିଢ଼ିଙ୍କୁ ଅନୁପ୍ରାଣୀତ ହେବା ଆବଶ୍ୟକ ବୋଲି ସାଧାରଣରେ କୁହାଯାଇଛି । ସମଗ୍ର ଗଞ୍ଜାମ ଜିଲ୍ଲା ସହ ରାଜ୍ୟରେ ଏଭଳି ଟାଣୁଆ ନେତା ବିରଳ ବୋଲି ସର୍ବସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଖବର ଶୁଣି ବିଭିନ୍ନ ସ୍ଥାନରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.