ଛତ୍ରପୁର ୟୁରୋ-ସ୍କୁଲରେ ଗଣିତ ପ୍ରୋଜେକ୍ଟ ପ୍ରଦର୍ଶନୀ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜେଲ୍ ରୋଡ଼ ବଜରଙ୍ଗ ନଗର ସ୍ଥ ସୁଶୋଭିତ ମଧୁରଜଳ ହ୍ରଦ “ତାମ୍ପରା” କୂଳଦକ୍ଷିଣ ସଂଭାଗରେ ଅବସ୍ଥାପିତ ଶକ୍ତି ଏଜୁକେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ-ସ୍କୁଲରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ଗଣିତ ବିଭାଗର ଏକ୍ଜିବେସନ୍ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ନେଇ ଆୟୋଜିତ ଏହି ଏକ୍ଜିବେସନ୍‌ରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ପ୍ରସ୍ତୁତ ବିଭିନ୍ନ ପ୍ରୋଜେକ୍ଟ ଗୁଡିକ ଏହି ଏକ୍ଜିବେସନ୍-ଶୋ- ପ୍ରଦର୍ଶନୀରେ ସାମିଲ ହୋଇଥିଲା । ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିସରରେ ନିଜେ ନିଜର ପ୍ରୋଜେକ୍ଟ-ପ୍ରକଳ୍ପ ଗୁଡିକ ପ୍ରସ୍ତୁତ କରିଥିଲେ । ଏହି ଏକ୍ଜିବେସନ୍ ବା ପ୍ରଦର୍ଶନୀରେ ମୋଟ ୧୫୦ ଜଣ ପିଲାଙ୍କୁ ନେଇ ୨୫ଟି ଗ୍ରୁପରେ ବିଭକ୍ତ କରାଯାଇ ଜୁନିୟର ଓ ସିନିୟର ଭାବେ ଦୁଇଟି ବର୍ଗରେ ଚୟନ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ର, ଶିକ୍ଷୟତ୍ରୀ ସ୍ୱପ୍ନା ରାଣୀ ଓ ଶିକ୍ଷକ ଶ୍ରୀକାନ୍ତ ରାଉତରାୟ ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନା କରି କୃତି ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଥିଲେ । ଯୁନିୟର ବର୍ଗରେ ତୃତୀୟ ଶ୍ରେଣୀର ହୀମାଂଶୁ ପାତ୍ର ପ୍ରଥମ ସ୍ଥାନ ଦ୍ୱିତୀୟ ଶ୍ରେଣୀର ସୁଦୀପ୍ତ କୁମାର ସାହୁ ଦ୍ୱିତୀୟ ସ୍ଥାନ ଓ ଦ୍ୱିତୀୟ ଶ୍ରେଣୀର ଏସ୍. ଭିସାଲକ୍ଷ୍ମୀ ସେନାପତି ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର ବର୍ଗରେ ୩ଟି ଗ୍ରୁପକୁ ଚୟନ କରାଯାଇଥିଲା । ଅଷ୍ଟମ ଶ୍ରେଣୀର ରୋଶନ ମହାରଣା, ସାମୁଏଲ ଡେଭିଡ୍ ଲିମା, ଆଶୁତୋଷ ଆଚାରୀ, ଏ. ସୋହନ କୁମାରଙ୍କ ଦ୍ୱାରା କରାଯାଇଥିବା ଆଲଜେବ୍ରିକ ଏକ୍ସପ୍ରେସନ ମଡେଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସପ୍ତମ ଶ୍ରେଣୀର ଜ୍ୟୋତି ପ୍ରକାଶ ପଟ୍ଟନାୟକ ଓ ଆଦିତ୍ୟ ନାୟକଙ୍କ ଦ୍ୱାରା କରାଯାଇଥିବା ସ୍ୱାୟାର ନମ୍ବର ଦ୍ୱିତୀୟ ସ୍ଥାନ ଏବଂ ସପ୍ତମ ଶ୍ରେଣୀର ବିଶ୍ୱଜିତ ବେହେରା ଓ ମନୋହର ପଣ୍ଡାଙ୍କ ଦ୍ୱାରା କରାଯାଇଥିବା ଆଙ୍ଗେଲ ଆଣ୍ଡ ପଏଣ୍ଟ ପ୍ରୋଜେକ୍ଟଟି ତୃତୀୟ ସ୍ଥାନ ଅଧିକାର କରିଛି । ସମସ୍ତ କାର୍ଯ୍ୟକ୍ରମକୁ ୟୁରୋ-ସ୍କୁଲର ଚେୟାରମ୍ୟାନ ତଥା ଯୁବ-ଆଇନଜୀବୀ ରଞ୍ଜନ ମହାପାତ୍ର ମୁଖ୍ୟ ପୋଷ୍ଠ ପୋଷକତା କରିଥିବା ବେଳେ ସସ୍ମିତା ମହାପାତ୍ର ଓ ପରିଚାଳନା ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡି ସଂଯୋଜନା କରିଥିଲେ । ଶେଷରେ ପ୍ରମିଶ ଲତା ପାଣି ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.