oom

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କରାତଳି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ତତ୍‌ସଙ୍ଗେ ଅନ୍ୟତ୍ର ବଦଳି ହୋଇଥିବା ସହକାରୀ ଶିକ୍ଷକ ଉଦୟ ରଶ୍ମି ପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଉମାଦେବୀଙ୍କ ସଭାପତିତ୍ୱରେ ଆୟୋଜିତ ଆନୁଷ୍ଠାନିକ ସଭାରେ ବିପୁଳିଙ୍ଗି ସରପଞ୍ଚ ଟି. ନରସିଂହ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତି ମୁଖ୍ୟବକ୍ତା ଭାବେ, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ବିପୁଳିଙ୍ଗି ସି.ଆର.ସି.ସି. ସିମାଞ୍ଚଳ ଗୌଡ, ପୂର୍ବତନ ସି.ଆର.ସି.ସି. ମାଗୁଣି ଶତପଥୀ, ଅଭିଭାବକ ସଂଘ ସଭାପତି ସଞ୍ଜୟ ନାହାକ, ଗ୍ରାମର ବରିଷ୍ଠ ନାଗରିକ ଜି. ରଘୁନାଥ ରେଡ୍ଡୀ, ଏନ. ରଘୁନାଥ ରେଡ୍ଡୀ, ସେନାପତି ନାହାକ, ସୁକାନ୍ତ ନାହାକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ନୀଳାଞ୍ଚଳ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ନରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.