ବିସ୍ଫୋରଣରେ କମ୍ପିଲା ଲୁଧିଆନା ଜିଲ୍ଲା କୋର୍ଟ : ୨ ମୃତ, ୩ ଗୁରୁତର

ଲୁଧିଆନା : ପଞ୍ଜାବର ଲୁଧିଆନା ସହରର ଜିଲ୍ଲା କୋର୍ଟ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ସିଲିଣ୍ଡର ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବାର ଅନୁମାନ କରାଯାଉଛି । ସେଠାରେ ବିସ୍ଫୋରଣ ହେତୁ କାନ୍ଥ ଭୁଷୁଡି ପଡିଥିଲା । ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଦ୍ୱିତୀୟ ମହଲାର କୋର୍ଟ ନମ୍ବର ୯ ନିକଟରେ ଏହି ବିସ୍ଫୋରଣ ଘଟିଛି। ଲୁଧିଆନା ଜିଲ୍ଲା କମ୍ପ୍ଲେକ୍ସରେ ବିସ୍ଫୋରଣ ପରେ ପରିସ୍ଥିତିର ଆକଳନ କରିବାକୁ ସେ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି କହିଛନ୍ତି । ସିଏମ୍ ଚନ୍ନି କହିଛନ୍ତି, ମୁଁ ଲୁଧିଆନା ଯାଉଛି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ କିଛି ଜାତୀୟ ବିରୋଧୀ ଏପରି କାର୍ୟ୍ୟ କରୁଛନ୍ତି । ସରକାର ସଜାଗ ଅଛନ୍ତି ଏବଂ ଦୋଷୀଙ୍କୁ କ୍ଷମା କରାଯିବନାହିଁ ।

କୁହାଯାଉଛି ଯେ, ବିସ୍ଫୋରଣ ହେତୁ କୋର୍ଟର ସମସ୍ତ କୋଠା ଥରି ଉଠିଥିବା ବେଳେ ପାର୍କିଂ ସ୍ଥଳରେ ଅଟକି ରହିଥିବା କାରଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ଏହି ଅବସରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି, କାରଣ ଅନେକ ଲୋକ ନିଜ ନିଜ ମାମଲା ସଂପର୍କରେ କୋର୍ଟରେ ପହଂଚିଥିଲେ । ଅନେକ କଏଦୀଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ସାଧାରଣ ଦିନ ତୁଳନାରେ ଗୁରୁବାର ଏଠାରେ ଭିଡ଼ କମ୍ ଥିଲା ।

ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏହି ଅଞ୍ଚଳକୁ କର୍ଡନ କରି ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ହାଇ ଆଲର୍ଟ ଜାରି କରି ସହରକୁ ଅବରୋଧ କରାଯାଇଛି । କାରଣ ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମଧ୍ୟ ସହରରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଛନ୍ତି ।

Leave A Reply

Your email address will not be published.