ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସହରାଞ୍ଚଳ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ଫୋର ଲେନ୍ ଜାତୀୟ ରାଜପଥକୁ ବିରୋଧ କରି ଆଜି ୮ ଘଣ୍ଟିଆ ବରପାଲି ବନ୍ଦ୍ ହୋଇଛି । ବରପାଲି ବଣିକ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଥିବା ଏହି ଆହ୍ୱାନକୁ ସହରରେ ଥିବା ପ୍ରାୟତଃ ସମସ୍ତ ସଂଘ ସାମିଲ ହୋଇ ସ୍ୱତ୍ତପୂର୍ତ୍ତ ଭାବେ ଦୋକାନ ବଜାର ଓ ବିଭିନ୍ନ ଅନୁଷ୍ଠାନ ବନ୍ଦ୍ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ବରଗଡ଼ ହଲଦୀପାଲି ଛକଠାରୁ ବଲାଙ୍ଗିର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଣାଳୟ ପକ୍ଷରୁ ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ ବରପାଲି ସହର ମଧ୍ୟ ଦେଇ ଏହି ରାସ୍ତା ଯିବାକୁ ଥିବା ବେଳେ ଏଥିରେ ଅନେକ ଲୋକ ଘର ଦ୍ବାର ହରାଇବା ସହ ଦୋକାନ ବଜାର ହଟି ଲୋକେ ବେରୋଜଗାର ହୋଇଯିବେ । ସେହିପରି ଅନେକ ସ୍କୁଲ କଲେଜ ମଧ୍ୟ ପ୍ରଭାବିତ ହେବ ବୋଲି ଏହାର ପ୍ରତିବାଦରେ ଆଜି ବରପାଲି ବନ୍ଦ୍ ପାଳନ କରାଯାଇଥିଲା । ଏ ସଂପର୍କରେ ଆନ୍ଦୋଳନକାରୀଙ୍କ ତରଫରୁ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଫୋର୍ ଲେନ ରାସ୍ତାକୁ ସହର ବାହାର ବାଇପାସ୍ ଭାବେ ନିର୍ମାଣ କରିବାକୁ ଦାବୀ କରିଛନ୍ତି ।
Prev Post