pakka

ବରଗଡ଼ ମହିଳା କଲେଜର ବାର୍ଷିକ କ୍ରୀଡା ଉତ୍ସବ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମ ଠାରେ ବରଗଡ଼ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ କ୍ରୀଡା ମସାଲ ପ୍ରଜ୍ୱଳନ ସହ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ କଲେଜ ଅଧ୍ୟକ୍ଷ । ଦିନ ତମାମ ଚାଲିଥିବା ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରୀ ମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ, ଜାତୀୟ କ୍ରୀଡା ପ୍ରଶିକ୍ଷଣ ଶିବ ପ୍ରସାଦ ମିଶ୍ର, ଜାତୀୟ ଆଥଲେଟ୍‌ ହାରାଧନ ଭୋଇ ଯୋଗଦେଇଥିଲେ । କାର୍ୟ୍ୟକ୍ରମକୁ ଅଧ୍ୟାପକ ସନ୍ତୋଷ ପଣ୍ଡା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

15 − fourteen =