pakka

ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବିଜୟ କୁମାର ଦାସଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକପ୍ରିୟ ସାପ୍ତାହିକ ଖବର କାଗଜ ‘ଗଣ ଇସ୍ତାହାର’ ବରିଷ୍ଠ ସାମ୍ବାଦିକ ତଥା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବିଜୟ କୁମାର ଦାସଙ୍କ ଆଜି ଅପରାହ୍ନ ୩.୩୦ ମି.ରେ ଗାଇସିଲେଟ ବ୍ଲକ ଟୁର୍ଚା ଗ୍ରାମରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ବୟସ ହେଉଥିଲା । ତାଙ୍କ ପଛରେ ବୃଦ୍ଧା ମାତା, ପତ୍ନୀ. ପୁଅ, ବୋହୁ, ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି । ସ୍ଵର୍ଗତ ଦାସ ଜଣେ ନିର୍ଭିକ ସଚ୍ଚୋଟ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଦାୟିତ୍ୱରେ ରହି ସୁଦକ୍ଷ ଭାବରେ କାର୍ୟ୍ୟ ନିର୍ବାହ କରିଥିଲେ । ‘ଗଣ ଇସ୍ତାହାର’ ପତ୍ରିକା ଗାଇସିଲେଟ ବ୍ଲକ ପ୍ରତିନିଧି ରହି ଅଞ୍ଚଳର ବିଭିନ୍ନ ସମସ୍ୟା ଭିତ୍ତିକ ଖବର ପରିବେଷଣ କରି ସମାଧାନର ବାଟ ପ୍ରସ୍ତୁତ କରୁଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଗାଇସିଲେଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ବିୟୋଗରେ ବରଗଡ଼ ଜିଲ୍ଲା ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ଶେଷକୃତ୍ୟ ଗାଁ ଶ୍ମଶାନରେ ହୋଇଥିବା ବେଳେ ତାଙ୍କର ଏକ ମାତ୍ର ପୁତ୍ର ବେଣୁଧର ଦାସ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

four × one =