oom

ସିନାପାଲି ପ୍ରାଥମିକ ଶିକ୍ଷକ ସଂଘ ବୈଠକ

jsmm

ସିନାପାଲି, (ନିରାକାର ମେହେର) : ସିନାପାଲି ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ସଂଘର ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଭା ପ୍ରାରମ୍ଭରେ ସଂଘର ସଂପାଦକ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବାରମ୍ୱାର ଅନୁରୋଧ ସତ୍ୱେ ଶିକ୍ଷକଙ୍କ ଏମ୍‌ଏସିପି କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଆଜି ସଭାରେ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ ଶିକ୍ଷକଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ବୈଠକରେ ବିଷଦ ଆଲୋଚନା କରାଯାଇଥିଲା । ବରିଷ୍ଠ ଶିକ୍ଷକ ଭରତ ବାଗ, ମହେଶ୍ୱର ଗୁଆଲ, ସୁଧିର ଠାକୁର, ହୃଦାନନ୍ଦ ମେହେର, ରାଜେନ୍ଦ୍ର ଖମାରୀ ପ୍ରମୁଖ ସଂଘକୁ ଅଧିକ ସୁଦୃଢ଼ କରିବାକୁ ଶିକ୍ଷକମାନଙ୍କୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଅରୁଣ କୁମାର ଯୋଷୀ, ଭୀମସେନ ମେହେର, ଶେଖର ବାଗ, ସୁଦର୍ଶନ ଭୋଇ, ପ୍ରେମାନନ୍ଦ ମେହେର, ହରିଶ ଚନ୍ଦ୍ର ଖମାରୀ, କପିଲେନ୍ଦ୍ର ମେହେର, ତୁଲାରାମ ମେହେର, ତରୁଣ କୁମାର ମେହେର, ରମେଶ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.