oom

ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଆନନ୍ଦ ନଗର ଠାରେ ସଚେତନତା ସଭା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଆନନ୍ଦ ନଗର ଠାରେ ସ୍ୱାସ୍ଥ୍ୟ ରକ୍ଷା ଏବଂ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନାରୀ ମାନଙ୍କୁ ସେନିଟରୀ ପ୍ୟାଡ୍‌ ବଣ୍ଟନ କରାଯିବା ସହ ଯେଉଁଠି ଆମେ କେମିତି ନିଜର ସ୍ୱାସ୍ଥ୍ୟର ସୁରକ୍ଷା ନେବା ସହିତ ଅନ୍ୟମାନଙ୍କ ମଧ୍ୟ ସ୍ୱାସ୍ଥ୍ୟର ସୁରକ୍ଷା ନେବା ସେ ସମ୍ବନ୍ଧରେ ସଚେତନ କରାଯାଇଥିଲା । ବିଶେଷତଃ ଏହି କୋଭିଡ-୧୯ ସମୟରେ ସ୍ୱାସ୍ଥ୍ୟର କିପରି ଯତ୍ନ ନେବା ଯେପରି :- ଥଣ୍ଡା ଦାଉରୁ ନିଜକୁ ରକ୍ଷା କରିବା, ମାକ୍ସ ପିନ୍ଧିବା, ଗହଳି ଜାଗାକୁ ନ ଯିବା, ବାହାରକୁ ଗଲେ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତ ଧୋଇବା, ନିଜେ ସଫା ସୁତୁରା ରହିବା ସହିତ ନିଜ ପରିବେଶକୁ ମଧ୍ୟ ସଫା ସୁତୁରା ରଖିବା, ତା’ ସହିତ ଜଣେ ନାରୀ ଋତୁସ୍ରାବ ସମୟରେ ହେଉଥିବା ବିଭିନ୍ନ ପ୍ରକାର ରୋଗରୁ କିପରି ସୁରକ୍ଷିତ ରହିବ ତାହା ମଧ୍ୟ ସଚେତନ କରାଯାଇଥିଲା । ଏଥିରେ ଫାଉଣ୍ଡେସନର ସଦସ୍ୟା ସରିତା ଦାସ, ସନ୍ତୋଷିନୀ ବେହେରା, ନୂତନ ସେନ୍ଦ୍ରିଆ, ସରିତା ବାଗ, ଶ୍ରାବଣୀ ମେହେର, ଜଗଦମ୍ବା ନାଏକ, ନୂତନ ଦାସ ଏବଂ ଅଙ୍ଗନୱାଡି ଦୀଦୀ ସଞ୍ଜିତା ନାଏକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.